।। ଇମ୍ରାନଙ୍କ ଉପରେ ବଢୁଛି ସେନାର ଚାପ :ଲଣ୍ଡନ ପଳାଅ ନଚେତ୍ ଫାଶୀ ପାଇଁ ପ୍ରସ୍ତୁତ ରୁହ ।।

May 18, 2023 - 20:36
 0  31
।। ଇମ୍ରାନଙ୍କ ଉପରେ ବଢୁଛି ସେନାର ଚାପ :ଲଣ୍ଡନ ପଳାଅ ନଚେତ୍ ଫାଶୀ ପାଇଁ ପ୍ରସ୍ତୁତ ରୁହ  ।।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁପ୍ରିମ୍ କୋର୍ଟରୁ ଆଶ୍ୱସ୍ତି ପାଇବା ସତ୍ତ୍ୱେ ତାଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ଉପରେ ପାକିସ୍ତାନ ସରକାର ଓ ସେନାର ନିୟନ୍ତ୍ରଣ କଠୋର ହେବାରେ ଲାଗିଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କୁ ଲଣ୍ଡନ ପଳାୟନ କରିବା ସୁଯୋଗ ଦିଆଯିବ, ନତେଚ ଫାଶୀ ପାଇଁ ପ୍ରସ୍ତୁତ ରହିବାକୁ କୁହାଯିବ ।ଲାହୋରର ଜମାନ ପାର୍କରେ ଥିବା ଇମ୍ରାନଙ୍କ ବାସଭବନକୁ ପୁଲିସ ଘେରାଉ କରିବା ସହ ଏହି ଅଞ୍ଚଳକୁ ଏକ ଛାଉଣୀରେ ପରିଣତ କରିଦେଇଛି । ଘର କୁ ଯିବା ପାଇଁ ସମସ୍ତ ରାସ୍ତା ଅବରୋଧ କରାଯାଇଛି । ଏହି ଅଞ୍ଚଳରେ ବିଜୁଳି ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି ।ଇମ୍ରାନଙ୍କ ଘରେ ୩୦ରୁ ୪୦ ଜଣ ଆତଙ୍କବାଦୀ ଆଶ୍ରୟ ନେଇଥିବା ସରକାର ଅଭିଯୋଗ କରିଛନ୍ତି । ସେପଟେ ଶାହବାଜ ସରକାର ତାଙ୍କୁ ଲଣ୍ଡନ ପଳାଇ ବା ଆର୍ମି ଆକ୍ଟର ସମ୍ମୁଖୀନ ହୋଇ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିବା ଖବର ସାମ୍ନାକୁ ଆସୁଛି । କୁହାଯାଉଛି ଯେ ଇମ୍ରାନ୍ ନିଜ ଘରେ ନିଜ ଦଳର ନେତାଙ୍କ ସହ ଏହି ବିକଳ୍ପ ଉପରେ ମଧ୍ୟ ବିଚାର କରୁଛନ୍ତି ।ପାକିସ୍ତାନ ସେନା ଓ ଇମ୍ରାନ ଖାନଙ୍କ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି । ମେ ୯ ରେ ଇମ୍ରାନ ଗିରଫ ହେବା ପରେ ପିଟିଆଇ ସମର୍ଥକଙ୍କ ଦ୍ୱାରା ସେନା ପ୍ରତିଷ୍ଠାନ, ସାର୍ବଜନୀନ ସ୍ଥାନ ଉପରେ ହୋଇଥିବା ଆକ୍ରମଣକୁ ନେଇ ସେନା ଅସନ୍ତୋଷ ପ୍ରକାଶ କରିଛି । ସେମାନଙ୍କ ବିରୋଧରେ ଆର୍ମି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ