ଇନ୍ଦ୍ରାବତୀ ଜଲସେଚନ ବିଭାଗ ର କେନାଲ ରାସ୍ତା ନିର୍ମାଣ ରେ ମହା ଦୁର୍ନୀତି

କଳାହାଣ୍ଡି,୨୯/୦୫/୨୦୨୫,/(ଫାଷ୍ଟ ନ୍ୟୁଜ ଓଡ଼ିଶା):- ଇନ୍ଦ୍ରାବତୀ ଜଲସେଚନ ବିଭାଗ ର କେନାଲ ରାସ୍ତା ନିର୍ମାଣ ରେ ମହା ଦୁର୍ନୀତି। ଯୋଗାାଯୋଗ ବ୍ୟବସ୍ଥା କୁ ସୁଦ୍ରୁଢ କରିବା ପାଇଁଁ ସରକାରଙ୍କ ଅନେକ ଯୋଜନା। ଆଉ ଯୋଜନା କୁ ନେଇ ଖର୍ଚ୍ଚ ବି ହେଉଛି କୋଟି କୋଟି ଟଙ୍କା। ହେଲେ ସରକାରୀ ବାବୁଙ୍କ ଅପାରଗତା ଯୋଗୁଁ ରାସ୍ତା ନିର୍ମାଣ ରେ ମିଲି ଭଗତ ରେ କାମ ଚାଲିଛି। ଏଭଲି ଏକ ଅଭିେଯାଗ ଆସିଛି କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉପର ଇନ୍ଦ୍ରାବତୀ ଜଲସେଚନ ବିଭାଗ ବାମ କେନାଲ କାଶିବାହାଲ ସବ୍ ମାଇନର ଗୁନଗୁନିଆ ଡିଷ୍ଟ୍ରିବୁଟାରି ନୁଆଗୁଡା ମିନଗୁର ଗ୍ରାମ ପନ୍ଚାୟତ ଅନ୍ତର୍ଗତ ସର୍ଗିପଡା କେନାଲ ରାସ୍ତା ରୁ। ନୁଆଗୁଡା ଗ୍ରାମ ରୁ ରାସ୍ତା କାମ ହେଉଛି। ତେବେ ଉପର ଇନ୍ଦ୍ରାବତୀ ଜଲସେଚନ ବିଭାଗ ଅଧିନ ରେ ନିର୍ମାଣ ହେଉଥିବା ବାମ କେନାଲ ସର୍ଗୀପଡା ମିନଗୁର ରାସ୍ତା ଅତି ନିମ୍ନ ମାନର ହେଉଥିବା ନେଇ ଅଭିେଯାଗ ସାମ୍ନା କୁ ଆସିଛି। ଉପର ଇନ୍ଦ୍ରାବତୀ ଜଲସେଚନ ବିଭାଗ ର ମିଛ ଏବେ ଧରା ପଡିଛି। ଭପର ଇନ୍ଦ୍ରାବତୀ ଜଲସେଚନ ବିଭାଗ ର କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ ରାସ୍ତା ନିର୍ମାଣ ସମୟରେ ଦିନ ଟିଏ ଆସିନଥିବା ସ୍ଥାନୀୟ ଲୋକ ଅଭିେଯାଗ କରିଛନ୍ତି। ଦିନ ବେଲା ବର୍ଷା ହେଲେ ମଧ୍ଯ ରାତିରେ କାମ ଚାଲୁଛି। ସରକାରୀ ନିୟମ ଅନୁସାରେ ରାତିରେ କେନାଲ ରାସ୍ତା ନିର୍ମାଣ କରିବାର ନିୟମ ଅଛି କି। ତେଣୁ ଆପଣ ମାନେ ଏହି ରାସ୍ତା କୁ ଦେଖିଲେ ସ୍ପଷ୍ଟ ହିସାବରେ ଜାଣି ପାରୁଥିବେ ଏହି ରାସ୍ତା ରେ କେତେ ଦୁର୍ନିତୀ ହେଉଛି ବୋଲି। ତେବେ କୋଟି କୋଟି ଟଙ୍କାର ପ୍ରକଲ୍ପ ନିର୍ମାଣ ର ଅଲ୍ପ ଦିନ ପରେ ଶୋଚନୀଯ ହୋଇ ପଡିବା ବିଭାଗୀୟ ଅପାରଗତା କୁ ଦର୍ଶାଇଛି। ଏହି କେନାଲ ରାସ୍ତା କୁ ତଦନ୍ତ ପାଇଁ ଜିଲ୍ଲା ପ୍ରସାସନ ଓ ଡବଲ ଇଞିନ ସରକାର ଭିଜିଲାନ୍ସ ବିଭାଗ କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଉପର ଇନ୍ଦ୍ରାବତୀ ଜଲସେଚନ ବିଭାଗ ର ସବୁ ଦୁର୍ନୀତି ସାମ୍ନା କୁ ଆସିବ ବୋଲି ବୁଦ୍ଧି ଜିବି ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଦେଖାଯାଉ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରସାସନ ଓ ଡବଲ ଇଞିନ ସରକାର କେଉଁ ଭଲି ପଦକ୍ଷେପ ନେଉଛନ୍ତି ଜନମହଳରେ ଦେଖିବାକୁ ବାକି ରହିଲା।
What's Your Reaction?






