ଇନ୍ଦ୍ରାବତୀ କେନାଲ ଭୁଷୁଡି ଚାଷଜମି ଜଳମଗ୍ନ, ରବିଚାଷ ପାଇଁ ଚାଷୀ ଙ୍କ କ୍ଷତିଗ୍ରସ୍ତ

Jan 23, 2026 - 18:09
 0  2
ଇନ୍ଦ୍ରାବତୀ କେନାଲ ଭୁଷୁଡି ଚାଷଜମି ଜଳମଗ୍ନ, ରବିଚାଷ ପାଇଁ ଚାଷୀ ଙ୍କ କ୍ଷତିଗ୍ରସ୍ତ

ଚାଷୀ ହଉଛନ୍ତି ଦେଶର ମେରୁଦଣ୍ଡ , କିନ୍ତୁ ସେହି ଚାଷୀ ଙ୍କୁ ମିଳି ପାରୁନାହିଁ ସଠିକ୍ ସମୟରେ ପାନୀୟଜଳ। ଇନ୍ଦ୍ରାବତୀ ମଙ୍ଗଳପୁର ଡେମ୍ ବାମ ମୁଖ୍ୟ କେନାଲ ରୁ ବାହାରୁଥିବା ଖଳିଆଭଟା ସବ ମାଇନର କେନାଲ ଭୁଷୁଡି ଜଳମଗ୍ନ, ସ୍ଥାନୀୟ ଯନ୍ତ୍ରୀ ଚାଷୀ ଙ୍କୁ କରୁଛନ୍ତି ହନ୍ତସନ୍ତ । ସରକାର କୋଟି କୋଟି ଟଙ୍କା ଜଳସମ୍ପଦ ବିଭାଗ କୁ ଯୋଗାଇ ଦିଆଯାଉଛି ସତ। କିନ୍ତୁ ସ୍ଥାନୀୟ ଉପର ଇନ୍ଦ୍ରାବତୀ ବାମ କେନାଲ ପ୍ରଭାଗ-୧ କଳାହାଣ୍ଡି ଜିଲ୍ଲା କୁସୁମଖୁଣ୍ଟି ଯନ୍ତ୍ରୀ SDO କେ.ନାରାୟଣ ରାଓ ଏବଂ ଅଧିକ୍ଷଣ ଯନ୍ତ୍ରୀ(SE)ରାଜକୁମାର ବେହେରା ଙ୍କ କାର୍ଯ୍ୟକାରୀ ସମୟରେ କେନାଲ ଭୁଷୁଡି ଚାଷୀଙ୍କ ଜମି ଜଳମଗ୍ନ ଦୃଶ୍ୟ ସାମ୍ନା କୁ ଆସିଛି , ଅନ୍ୟପଟେ ଚାଷୀଙ୍କ ଚାଷ ଜମି ରେ ପାଣି ପହଞ୍ଚି ପାରିନଥିବାରୁ ଚାଷ ଜମି ଶୁଖି ଫାଟି ଧାନ ଚାରା ନଷ୍ଟ ହେବାରେ ଲାଗିଛି । ଗତ ଜାନୁଆରୀ ୭ ତାରିଖ ୨୦୨୬ ରେ ମୁଖ୍ୟ କେନାଲ ଗୁଡ଼ିକରେ ପାଣି ଦିଆଯାଇଥିଲା କିନ୍ତୁ ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଜମି କୁ ପାଣି ପହଞ୍ଚି ପାରି ନାହିଁ । କେନାଲ ମରାମତି ପାଇଁ ଆସିଥିବା କାର୍ଯ୍ୟ କୁ କେଉଁଠି ନିମ୍ନମାନର ତୋ କେଉଁଠି ଅଧାପନ୍ତରିଆ କାର୍ଯ୍ୟ କରି କୋଟି କୋଟି ଟଙ୍କା ଠିକାଦାର ଙ୍କ ସହିତ ଉକ୍ତ ଯନ୍ତ୍ରୀ ମଧୂଚନ୍ଦ୍ରିକା କରିଥିବା ଅଭିଯୋଗ ସାମ୍ନା କୁ ଆସିଛି । ଏଭଳି ଆଗରୁ ମଧ୍ୟ ଖବର କାଗଜରେ କୋଟି ଟଙ୍କା ର ଘଟାଲା କରିଥିବା ଅଭିଯୋଗ ପ୍ରକାଶ ହୋଇଥିଲା । ଏହି ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗ ର କେତେକ ଯନ୍ତ୍ରୀ ନିୟମ ଭାଙ୍ଗି କୋଟି କୋଟି ବୋହିର୍ଭୁକ୍ତ ସମ୍ପତି ଠୁଳ କରିଥିବା ସୂଚନା ଚର୍ଚ୍ଚାରେ ସୁଭୁଛି । ସରକାର ଏଭଳି ଯନ୍ତ୍ରୀ ଙ୍କୁ ଯାଞ୍ଚ କରାଯାଉ ବଳି ଜନମୋହଳରେ ଦାବି ରହିଛି । ଖବର ପ୍ରକାଶ ପରେ ସରକାର କଣ ପଦକ୍ଷେପ ନେଉଛନ୍ତି ନା ଦୁର୍ନୀତି କୁ ଘଣ୍ଟ ଘଡ଼ାଉଛନ୍ତି ତାହା ଦେଖିବାକୁ ବାକି ରହିଲା |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ