ଆସନ୍ତା ୬ ଜାନୁଆରୀ ରୁ ୩୩ତମ ସର୍ବ ଭାରତିୟ ୱାଇଏମସି କପ କ୍ରିକେଟ ର ଶୁଭାରମ୍ଭ

ନୂଆପଡା : ଓଡ଼ିଶାର ତଥା ପଶ୍ଚିମ ଓଡିଶାର ଏକ ଲବ୍ଧ ପ୍ରତିଷ୍ଠିତ କ୍ରିକେଟ ପ୍ରତିଯୋଗିତ। ଆସନ୍ତା। ୬ ଜନୁଆରୀ ରୁ ଆରମ୍ଭ ହେବାକୁ ଯାଉଛି । ଆଜି ନୂଆପଡ଼ା ଜିଲା ସଦର ମହକୁମା ସ୍ଥିତ ମିନିଷ୍ଟାଡିୟମ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜଜ ୱାଇଏମସି କ୍ଲବ ପକ୍ଷରୁ ଏହା ସୂଚନା ଦିଆଯାଇଛି । ସୂଚନା ସୁତାବକ ଆଜି ମଧ୍ୟାହ୍ନ ରେ ନୂଆପତ। ମିନିଷ୍ଟାଡିୟମ ରେ ୱାଇଏମସି କ୍ଲବ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ନୂଆପଡା କ୍ରିକେଟ ଆସୋସିଏସନ ର ସଭାପତି ପ୍ରକାଶ କୁମାର ସାହୁ (ବୁଢା), ସଂପାଦକ ସରୋଜ କୁମାର ସାହୁ (ଭୈରବ) ଆୟୋଜକ ୱାଇଏମସି ର ସଭାପରି ଅମରେଶ ଚନ୍ଦ୍ର ଦାସ (ବାପି), ସମ୍ପାଦକ ତପନ କୁମାର ବାଗ (ପି ) ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ୱାଇଏମସିର ଅଗାମି ୩୩ତମ ସଂସ୍କରଣ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସୂଚନା ମୁତାବକ ଆସନ୍ତା ୬ ଜନୁଆରୀ ରୁ ୧୨ ଜାନୁଆରୀ ପଯ୍ୟନ୍ତ ନୂଆପଡା ମିନିଷ୍ଟାଡିୟମରେ ୩୩ତମ ସର୍ବଭାରତୀୟ ୱାଇଏମସି କପ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରାଯିବ । ଏହି ପ୍ରତିଯୋଗିତରେ ସମସ୍ତ ମ୍ୟାଚ ନକଆଉଟ ବେସିସ ରେ ଖେଳାଯିବାକୁ ଥିବାଲବେଳେ ସମସ୍ତ ମ୍ୟାଚ ଦିନିକିଆ ୫୦ ଓଭର ଫର୍ମାଟରେ ଖେଳାଯିବ । ଚଳିତ ବର୍ଷ ଏହି ପ୍ରତେଯାଗିତାରେ ମୋଟ ୮ ଗୋଟି ଦଳ ଅଂଶ ଗ୍ରହଣ କରିବାକୁ ଥିଲାବେଳେ ଚମ୍ପିୟାନ ଦଳ କୁ ଟ୍ରଫି ସହ ନଗତ ୮୫ ହଜାର ଟଙ୍କା ଓ ରନରସ ଅଫ ଦଳ ରୁ ଟ୍ରଫି ସହ ନଗଦ ୪୫ ହଜାର ଟଙ୍କା ପୁରସ୍କାର ଆକାରରେ ଦେବାକୁ ଅୟୋଜକ ୱାଇଏମସି ସ୍ଥିର କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ୱାଇଏମସିର କ୍ୟାପଟେନ ଜାନୁ ମିଶ୍ର ୱାଇଏମସି ର ସଦସ୍ୟ ସଞ୍ଜୟ ପଟ୍ଟନାୟକ, ଜିତୁ ହୋତା, ଶୈଳେସ ଶତପଥ୍ ପ୍ରମୁଖ ଏହି ସାମ୍ବାଦିକ ସମ୍ୱିଳନିରେ ଉପସ୍ଥିତ ଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






