ଆମ ପୋଲିସ ସମିତି ପକ୍ଷରୁ ଜନ ସଚେତନ କାର୍ଯ୍ୟକ୍ରମ

Mar 26, 2025 - 06:39
 0  14
ଆମ ପୋଲିସ ସମିତି ପକ୍ଷରୁ ଜନ ସଚେତନ କାର୍ଯ୍ୟକ୍ରମ

ତା:୨୪/୦୩/୨୦୨୫ ରିଖ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ବିରିଗୁଡ଼ା ହାଟପଦା ଠାରେ ପାତ୍ରପୁଟ ଫାଣ୍ଡି ଅଧିକାରୀ ASI.ଅନନ୍ତ ଖଡ୍ରାଗାଙ୍କ ଅଧ୍ୟକ୍ଷତାରେ ଆମ ପୁଲିସ୍ ସମିତି ତଥା ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ଜନସଚେତନତା କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥିଭାବେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଶ୍ରୀ ପ୍ରଣବ କୁମାର ଟୁଡୁ ଯୋଗ ଦେଇ ଝରିଗୁମ୍ମା ଗ୍ରାମ ପଞ୍ଚାୟତର ଉପସ୍ଥିତ ଥିବା ମାଁ'ବାପା' ଯୁବକ ଯୁବତୀ ମାନଙ୍କୁ ତଥା ବୁଦ୍ଧିଜିବି ଓ ଓ ଜନ ସାଧାରଣ ଙ୍କୁ ପୋଲିସ ର କାର୍ଯ୍ୟ କଳାପ, କଣ, ଆଇନ କଣ ଓ ନିଜ କୁ କିପରି ସୁରକ୍ଷା ରଖିବା ,ଓ ମଦ୍ୟପାନ ନ କରି ହେଲମେଟ ପିନ୍ଧି ଯାନବାହାନ ଚଲାଇବା ବିଷୟରେ ଜନ ସାଧାରଣଙ୍କୁ ସଚେତନ ବାର୍ତ୍ତା ଦେଇଥିବାବେଳେ, ସବ ଇନିସପେକ୍ଟର ମହେଶ୍ୱର କିର୍ସାନି, ଲୋକ ଙ୍କ ସହ ପୋଲିସ ର ସୁସମ୍ପିର୍କ କୁ ଅବଗତ କରାଇଥିଲେ ! ଜିଲ୍ଲା ଆଇନ ସେବା ପ୍ରାଧି କରଣ ର ସ୍ବେଛାସେବୀ ତଥା OUWJ ସାମ୍ୱାଦିକ ସଂଘର ଜିଲ୍ଲା ସଭାପତି ଶେଖର ଖୁରା,ବାଲ୍ୟ ବିବାହ କଣ, ବାଲ୍ୟ ବିବାହ କଲେ କଣ ହେବ ,ସେଥି ପାଇ ଆଇନ କଣ ଅଛି ତାହା ନେହି ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଚିତ୍ ଚେତନା ଓ ପରାମର୍ଶ ଦେଇ ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ କହି ଏହାକୁ ନ କରିବା ପାଇ ନିବେଦନ କରିଥିଲେ ! ଉକ୍ତ ଜନ ସଚେତନତା କାର୍ଯ୍ୟ କ୍ରମକୁ ଝାରିଗୁମ୍ମା ଗ୍ରାମ ପଞ୍ଚାୟତର ସରପଞ୍ଚ, ମନମୋହନ ଦଳପତି, ମୁଖ୍ୟ ସମିତି ସଭ୍ୟ,ସୋମନାଥ ସଉରା, ସମାଜ ସେବୀ ବିରେନ୍ଦ୍ର ମହାପାତ୍ର, ଙ୍କ ପଞ୍ଚାୟତର ନାଗରିକ ବୁଦ୍ଧି ଯିବି ଜନ ପ୍ରତିନିଧି ସହ ତେନ୍ତୁଳିଖୁଣ୍ଟି ଥାନା ରେ କାର୍ଯ୍ୟରତ ରହିଥିବା ପୋଲିସ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ! ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀ ଶ୍ରୀ ପ୍ରଣବ କୁମାର ଟୁଡୁ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ଜନ ସଚେତନତା କାର୍ଯ୍ୟ କର୍ମ କୁ ସମାପ୍ତ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ