ଆମ କଳିକା କେନ୍ଦ୍ରରେ ସେଙ୍ଗେଲ କାର୍ଯ୍ୟକର୍ତ୍ତା ପକ୍ଷରୁ ସିଲଟ ଖଡି ପ୍ରଦାନ
ବାରିପଦା,୧୪।୩ : ବାରିପଦା ବ୍ଲକ ସ୍ଥିତ ଜନାର୍ଦ୍ଧନପୁର ୧ (ଏକ) ନମ୍ବର ୱାର୍ଡରେ ଥିବା "ଆମ କଳିକା" କେନ୍ଦ୍ରର କୁନି କୁନି ଛୋଟ ପିଲାମାନଙ୍କୁ ଆଜି ଶନିବାର ଦିନ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ଉପସଭାପତି ଶ୍ରୀ ବାହାଦୁର ମୁର୍ମୁଙ୍କ ତରଫରୁ ସିଲଟ ଖଡ଼ି ପ୍ରଦାନ କରାଯାଇଛି । କହିଛନ୍ତି ଯେ, କର୍ମଜୀବୀ ପିତାମାତାଙ୍କର ମୁହଁରେ ଫୁଟିଥିବା ହସ ସରକାରଙ୍କର ଉକ୍ତ ଆମ କଳିକା କେନ୍ଦ୍ରରେ କୁନି କୁନି ପିଲାଙ୍କର ଅପପୁଷ୍ଟି ରଖିବା ସହିତ ଶାରୀରିକ, ମାନସିକ ଏବଂ ବୈଦ୍ଧିକ ବିକାଶ ଦିଗରେ ଯତ୍ନ ନିଆଯାଉଥିବା ବେଳେ ପିଲାମାନେ ବଡ ହୋଇ ଲେଖିବା ସହିତ ପଢିବାରେ ଆଗ୍ରହ ଆଣିବା ଉଦ୍ଦେଶ୍ୟରେ ସିଲଟ ଖଡ଼ି ପ୍ରଦାନ କରାଯାଇଛି । ତତସହିତ ପିଲାମାନଙ୍କର ଦାୟିତ୍ୱରେ ଥିବା ଦୁଇ ଜଣ ମହିଳା ଉକ୍ତ ସିଲଟ ଖଡ଼ି ମାଧ୍ୟମରେ କିଛି କିଛି ପ୍ରଶିକ୍ଷଣ ଦେବାରେ ସୁବିଧା ହେବେ ବୋଲି ଆଦିବାସୀ ସେଙ୍ଗେଲ ଅଭିଯାନର ଓଡ଼ିଶା ପ୍ରଦେଶ ପାର୍ଗାନା ସହ ବାରିପଦା ଜୋନାଲ ସଭାପତି ଶ୍ରୀ ନାରାନ ମୁର୍ମୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସିଲଟ ଖଡ଼ି ପ୍ରଦାନବେଳେ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱାର ଜିଲ୍ଲା ସଭାପତି ଶ୍ରୀ ବିକାଶ ହେମ୍ବ୍ରମ, ଆମ କଳିକା କେନ୍ଦ୍ରର ସୁପରଭାଇଜର ଶ୍ରୀମତୀ ରୀନା ହେମ୍ବ୍ରମ, ଶ୍ରୀମତୀ ରାଇମଣୀ ହେମ୍ବ୍ରମ, ଗ୍ରାମର ମାଝୀବାବା ଶ୍ରୀ ଟୁକୁଲୁ ହେମ୍ବ୍ରମ, ରୁହ୍ଯା କିସ୍କୁ ସହିତ ଜନାର୍ଦ୍ଧନପୁର ସାଇନିଙ୍ଗ କ୍ଲବର ସଦସ୍ୟ ଶ୍ରୀ ବାରିଆଳ ମୁର୍ମୁ, ଶ୍ରୀ ସୁବାସ ହେମ୍ବ୍ରମ ଆଦି ମହିଳା, ପୁରୁଷ ଉପସ୍ଥିତ ଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0