।। ଆନ୍ଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ସର୍ଭେ କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ବିରୋଧ: ଓଡିଶା ସରକାର ଚୁପ ।।

Jan 21, 2024 - 17:29
 0  6
।। ଆନ୍ଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ସର୍ଭେ କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ବିରୋଧ: ଓଡିଶା ସରକାର ଚୁପ ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ଥିବା ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି l ନିଜ ରାଜ୍ୟ ସରକାରଙ୍କ ଅନୁଦାନ କୁ ବିନିଯୋଗ କରି l ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଯୋଜନା କରିଥିବା ଜଣାପଡ଼ିଛି l କୋଟିଆର ବିବାଦ ଲାଗିରହିଥିବା ସତ୍ୱେ ପୁଣି ସୀମାନ୍ତରେ ଦାନା ବାନ୍ଧୁଛି ଆନ୍ଦ୍ର ପ୍ରଶାସନ l ଓଡିଶା ସରକାର ସମ୍ପୂର୍ଣ୍ଣ ନିରବ ରହିଥିବା ବେଳେ ଯାହାକୁ ନେଇ ବ୍ଲକ ର ସୁଙ୍କି ପଞ୍ଚାୟତ ଅଧୀନରେ ରହିଥିବା ଟୋଟାଲପାଡୁ ଗ୍ରାମରେ ସମସ୍ତ ସୀମାନ୍ତ ଗ୍ରାମବାସୀ ଏକାଠି ହୋଇ ନିଜର ପ୍ରତିବାଦ ଜଣାଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ମାଳିପର୍ବତ ସୁରକ୍ଷା ସମିତିର କର୍ମକର୍ତା ଉକ୍ତ ଗ୍ରାମରେ ପହଞ୍ଚି ଏକାଠି ହୋଇଥିବା ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି l ଗ୍ରାମବାସୀ କହିବା ଅନୁଯାଇ ପଡୋଶୀ ଆନ୍ଧ୍ର ରାଜ୍ୟ ଦୀର୍ଘ ୧୮ ବର୍ଷ ହେଲା ଆମ ଅଞ୍ଚଳରେ ତଥା ଟୋଟାଲପାଡ଼ୁ ଓ ମୁଙ୍ଗାରଗୁମି ଦୁଇ ଗ୍ରାମ ମଝିରେ ରହିଥିବା ବୋହି ଯାଇଥିବା ନଦୀରେ l ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ନିମନ୍ତେ ସର୍ଭେ କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ l ଏହାକୁ ଓଡିଶା ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ରୋକ ଲଗାଇବାରେ ବିଫଳ ହୋଇଥିବା ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ହେଲେ ଦୁଇଟି ପଞ୍ଚାୟତ ଯଥା ରାଲେଗଡ଼ା ଓ ସୁଙ୍କିର ୧୪ ଗୋଟି ଗ୍ରାମବାସୀ ଚାଷ ଜମି ହରାଇବା ସହ ଜୀବନ ଜୀବିକା ଉପରେ ପ୍ରଭାବ ପକାଇବ ବୋଲି ପ୍ରକାଶ କରିଛନ୍ତି । ସରକାର ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ସରକାରୀ ସ୍ତରରେ ନିଆ ଯାଇନଥିବା ଯୋଗୁଁ ଆମେ ଦୟନୀୟ ଅବସ୍ଥାରେ ଦିନ କାଟୁଛୁ ବୋଲି ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଥାଉ କି ଗତ ଅକ୍ଟୋବର ମାସରେ ଏହିପରି ଆନ୍ଧ୍ର ରାଜ୍ୟର ତିନି ଜଣ ବ୍ୟକ୍ତି ଅନୁପ୍ରବେଶ କରି ସର୍ଭେ କାର୍ଯ୍ୟ ଜାରି ରଖିଥିବା ସମୟରେ l ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଘଟଣା ସ୍ଥଳରେ ପହଞ୍ଚି l ସର୍ଭେ କାର୍ଯ୍ୟକୁ ବନ୍ଦ କରି ସମସ୍ତ କାର୍ଯ୍ୟ ସାମଗ୍ରୀକୁ ଜବତ କରି ତିନିଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରି ଛାଡ଼ିଥିବା ଜଣାପଡ଼ିଛି l ଏହି ସୀମାନ୍ତର ପ୍ରତିବାଦ ବୈଠକରେ ସୁଙ୍କି ପଞ୍ଚାୟତର ସୁରେନ୍ଦ୍ର, ସମିତି ସଭ୍ୟ ଆପାରାଓ ସୁଲି , ଗାନତୁର ସୁରି ଦୋରା , ପାନ୍ଦୀ ରାମାରାଓ, ପ୍ରମୁଖଙ୍କ ନେତୃତ୍ୱରେ ନେଇଥିବା ବେଳେ ସମାଜ ସେବୀ ତଥା ବିଧାୟକ ଆଶାୟୀ ପ୍ରାର୍ଥୀ ଶ୍ରୀମାନ ଚୈତନ୍ୟ ନନ୍ଦିବାଲିଙ୍କ ଶହ ମାଳିପର୍ବତର କର୍ମ କର୍ତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି l

( ସେମିଲିଗୁଡା ରୁ ଦେବେନ୍ଦ୍ର ଖିଲ )

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ