।। ଆଜି ବି ବଞ୍ଚିଛି ପରମ୍ପରା, ବହୁତ୍ ନିଷ୍ଟା ରେ ମାନୁଛନ୍ତି ପୁଅଯୁଇଁତା,( ଦୂତୀବାହନ ଓଷା ) ।।

Oct 6, 2023 - 21:29
Oct 6, 2023 - 21:32
 0  35
।। ଆଜି ବି ବଞ୍ଚିଛି ପରମ୍ପରା, ବହୁତ୍ ନିଷ୍ଟା ରେ ମାନୁଛନ୍ତି ପୁଅଯୁଇଁତା,( ଦୂତୀବାହନ ଓଷା ) ।।

ବଲାଙ୍ଗିର ଜିଲ୍ଲା, ଟିଟିଲାଗଡ଼ , ଟିଟିଲାଗଡ ଟାଉନ ଓ ବ୍ଲକ ର ବିଭିନ୍ନ ଜାଗାରେ ଦେଖିବାକୁ ମିଳିଥିଲା, ଆଶ୍ୱିନ ମାସ କୃଷ୍ଟ ପକ୍ଷ ଆଷ୍ଟମି ରେ ପୁଅ ମାନଙ୍କ ଦୀର୍ଘାୟୁ ଆୟୁସ ପାଇଁ ଏହି ପୂଜା କରି ଥାନ୍ତି ,ଦୂତୀବାହନ ଙ୍କୁ ପୁଜା କରନ୍ତି , ଏହି ପୂଜାରେ ୨୧ ପ୍ରକାର ଫଳ ଲାଗିଥାଏ ମା ମାନେ ନିଜ ସନ୍ତାନ ପାଇଁ କଣ ବା ନ କରନ୍ତି, ମା ମାନେ ଗୋଟିଏ ଦିନ ନିର୍ଜଳା ଉପବାସ ରହିଥାନ୍ତି , ଜେଉ ନାରୀ ମାନଙ୍କୁ ସନ୍ତାନ ନ ହୋଇ ଥାଏ ସେମାନେ ମଧ୍ୟ ସନ୍ତାନ ପ୍ରାପ୍ତି ନିମନ୍ତେ ଏହି ପୂଜା କରି ଥାନ୍ତି ତା ପରଦିନ ନିଜ ପୁୁଅ କୁ ବନ୍ଦାଇ ସାରିବା ପରେ ପାଣି ଗ୍ରହଣ କରିଥାନ୍ତି ଆଜି କା ଦିନରେ ବି ସ୍ତ୍ରୀ ଜାତି ଆମର ପରମ୍ପରା ଭୁଲି ନାହାନ୍ତି, ୫ ଜି ଯୁଗରେ ମଧ୍ୟ, କେତେ ନାରୀ , କ୍ଲବ ,ବାର , ଡିସ୍କୋ ଯାଉଥିବା ବେଲେ, କିନ୍ତୁ ଓଡ଼ିଆ ନାରୀ ମାନେ ଏକତ୍ରିତ ହୋଇ ସନ୍ଧ୍ୟା ସମୟ ରେ ନୂଆ ଶାଢ଼ୀ ପିନ୍ଧି, ମୁଣ୍ଡରେ ଓଢୋନା ଦେଇ ,ହୁଲ ହୁଲି ପକାଇ , ଏହି ପୂଜା ର ବହି ପଢ଼ି ଥାନ୍ତି, ଶେଷରେ ସମସ୍ତେ ଭେଢ଼ା ବୁଲି ପୂଜା କୁ ସମାପ୍ତ କରି ଥାନ୍ତି ଆମ ଚେନାଲ ପ୍ରଥମ ଖବର କୋରାପୁଟ ତରଫ ରୁ ଏହି ପୂଜା କରୁଥିବା ନାରୀ ଜାତି ଙ୍କୁ କୋଟି କୋଟି ପ୍ରଣାମ ଓ ଧନ୍ୟବାଦ୍ ଜଣାଉଛୁ ।

 ଟିଟିଲାଗଡ଼ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ