।। ଆଗୁଳ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ ଅନୁଷ୍ଠିତ ।।

Jan 21, 2024 - 20:48
 0  7
।। ଆଗୁଳ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ ଅନୁଷ୍ଠିତ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆଗୁଳ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆଜି ପ୍ରଥମ ଦିନରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ତଥା ଗ୍ରାମ ଅଞ୍ଚଳରେ ଭିତି ଭୂମିରେ ଵିକାଶ ଓ ରାଜ୍ୟ ସରକାରଙ୍କର ପ୍ରୟାସ ନେଇ କିପରି ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଧାର୍ମିକ ସ୍ଥିତ ଗୁଡିକ ରୁପାନ୍ତର କରଣ କ୍ରୀଡା ଭିତ୍ତିଭୂମି ଵିକାଶ ଐତିକ ଭିତ୍ତିଭୂମି ଵିକାଶ ଓ ସୁଗମ ପରିବହନ ହୋଇଛି।ଆଜିଠାରୁ ଆସନ୍ତା 02 ତାରିଖ ଯାଏଁ ପ୍ରତ୍ୟେକ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ। ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ସ୍ଥାନୀୟ ଆଗୁଳ ଖେଳ ପଡ଼ିଆରେ ଶୁଭlରମ୍ଭ ହୋଇଛି l ଗୋଟିଏ ଦିନ ଚାଲିବlକୁ ଥିବା ଏହି କାର୍ଯ୍ୟକ୍ରମ କୁ ବ୍ଲକ ଅଧ୍ୟକ୍ଷା ଦୁଖୀନୀ ନୁଣ୍ଡୁକା , ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତ୍ରି ମୁଖ୍ୟ ଅତିଥିଭାବେ ଯୋଗଦାନ କରି ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ପୁଷ୍ପ ମାଲ୍ୟାର୍ପଣ ଦୁପ ଦୀପ ଦେଇ ଶୁଭାରମ୍ଭ କରିଥିଲେ । ଆଗୁଳ ପଞ୍ଚାୟତର ବିଭିନ୍ନ ଗାଁ ରୁ ମହିଳା ଓ ପୁରୁଷ ଯୋଗ ଦେଇ ନୃତ୍ୟ ପରିବେଷଣ କରି ଥିବା ପ୍ରତିଯୋଗିତା ମାନଙ୍କୁ ଉତ୍ସାହିତ କରିଥିଲେ l ସେହିପରି ସ୍ଥାନୀୟ ସରପଞ୍ଚ ସୁନିତା ପିଡିକାକା,ସମିତି ସଭ୍ୟ ସୁଭାଷ ପ୍ରାସ୍କା ,ପିଓ ପ୍ରଭାକର ନାଲ୍ଲା ଓ ଜି ଆର ଏସ ମାନେ ପ୍ରମୁଖ ଯୋଗଦାନ କରିଥିଲେ l ଏହି ଆମ ଓଡିଶା ନବୀନ ଓଡିଶା ଉତ୍ସବରେ ଆଗୁଳ ପଞ୍ଚାୟତ ନୃତ୍ୟ ପ୍ରତିଯୋଗିତା ମାନଙ୍କୁ ଵି ଡି ଓ ପ୍ରିତମ ତନ୍ତ୍ରି, ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡୁକା, ସ୍ଥାନୀୟ ସରପଞ୍ଚ ସୁନିତା ପିଡିକାକା,ଓ ସମିତି ସଭ୍ୟ ସୁବାସ ପ୍ରାସ୍କା, ସିଡି ପିଓ ଡାଳିମ୍ବ ନାୟକ ଏପି ଓ ପାଣି ଵାଵୁ ଏହି ନୃତ୍ୟ ପ୍ରତିଯୋଗିତା ମାନଙ୍କୁ ସିଲି ପୁରସ୍କାର ପ୍ରଦାନ କରିଥିଲେ। ଅଙ୍ଗନୱାଡି ଓ ଆଶା କର୍ମୀ ,କୂଷି ମିତ୍ର, ପ୍ରାଣୀ ମିତ୍ର ଏବଂ ଏସ ଏଚ ଜି ମହିଳା କାର୍ଯ୍ୟକ୍ରମ ଟିକୁ ସହୋଯୋଗ କରିଥିବା ଦେଖିବାକୁ ମିଳିଛି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ