ଆକାଶ ରୁ ବେଲୁନ ଖସି ଧରିଲାବେଳକୁ, ୫ ନାବାଳକ ଆହତ

Feb 15, 2025 - 20:31
 0  15
ଆକାଶ ରୁ ବେଲୁନ ଖସି ଧରିଲାବେଳକୁ, ୫ ନାବାଳକ ଆହତ

ନୂଆପଡା : ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ଚୁଲାଭାଟ ପଞ୍ଚାୟତ ପଖାନପଦର ଗ୍ରାମ ପୋଖରୀ ଠାରେ ସଂଧ୍ୟା ପ୍ରାଯ ୬ଟା ସମୟରେ ପାଞ୍ଚ ଜଣ ନାବାଳକ ଖେଳୁଥିବା ବେଳେ କୁଆଡେ଼ ଆକାଶ ରୁ ବେଲୁନ ଗୁଚ୍ଛ (୧୫ ରୁ ୨୦) ଖସି ଆସିଲା ଏହାକୁ ଗୋଟେଇବା ପାଇଁ ସେମାନେ ଧାଁ ଦୌଡ଼ କରି ଟାଣ ଓଟରା କଲା ବେଳେ ବେଲୁନ ଫାଟି ଯାଇ ସେମାନ ଙ୍କ ଦେହ ରେ ଫୋଟକା ହୋଇ ଆହତ ହୋଇ ପଡିଥିଲେ। ବେଲୁନ ରେ କୋଉ ବିଷାକ୍ତ ଗ୍ୟାସ ଥିଲା ସେମାନଙ୍କ ଦେହ ରେ ବାଜି ଫୋଟକା ହୋଇ ପଡ଼ିଥିଲା । ପ୍ରଥମେ ଆହତ ୫ ଜଣ ଙ୍କୁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଧରମବନ୍ଧା ରେ ନେଇ ଚିକିତ୍ସା କଲାପରେ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ଏହି ବେଲୁନ କୋଉଠୁ ଛଡା ଯାଇଥିଲା ଜଣା ପଡି ନାହିଁ ଏ ସଂପର୍କ ରେ ପୋଲିସ ତଦନ୍ତ ଅବ୍ୟାତ୍ ରଖୁଛି । ଆହତ ୫ଜଣ ନାବାଳକ ହେଲେ ଡମ୍ବରୁଧର ମାଝୀ (୮) ଝାଙ୍କର ମାଝି (୧୧) ସତ୍ୟ ମାଝି (୧୩) ଗୌରବ ମାଝି (୧୧) ଓ ଭଗରେ ମାଝି (୧୫) ଏ ସମସ୍ତେ ପଖାନପଦର ଗ୍ରାମ ର ବୋଲି ଜଣାପଡ଼ିଛି l

 ନୂଆପଡ଼ାରୁ ବିଶ୍ୱନାଥ ସlମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ