ଆଇନଜୀବି ଭବାନୀ ପଣ୍ଡାଙ୍କ ଦେହାନ୍ତ, ବିଭିନ୍ନ ମହଲରେ ଶୋକ

ବରୀର ଆଇନଜୀବି ଭବାନୀ ପଣ୍ଡାଙ୍କର ଆଜି ସନ୍ଧ୍ୟାରେ ହୃଦଘାତରେ ଦେହାନ୍ତ ହୋଇ ଯାଇଛି । ଆଜି ଦିନରେ କୋର୍ଟ ଛୁଟି ଥିବାରୁ ସେ ନିଜ ବାସଗୃହରେ ଥିଲେ । ଆଜି ଦିନରେ ମଧ୍ୟ ବରୀ ମହୋତ୍ସବ ଆୟୋଜନ ବୈଠକରେ ଯୋଗଦାନ କରିଥିଲେ । ହୃଦଘାତ ହେବାରୁ ପରିବାର ଲୋକେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକତ୍ସାକୟକୁ ଆଣିଥିଲେ । ସେଠାରେ ତାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଣେ ମିଷ୍ଠଭାଷୀ ଯୁବକ ଭାବେ ବରୀ ଓ ଯାଜପୁର ଅଞ୍ଚଳରେ ସେ ବେଶ ପରିଚିତ ଥିଲେ । ତାଙ୍କ ଦେହାନ୍ତରେ ବରୀ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ବିଜେପି ନେତା ଉମେଶ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁମାର ଜେନା, ସୁଲଭ କୁମାର ବେଉରିଆ, ସାମ୍ବାଦିକ ସଂଜୟ କୁମାର ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ବିଜେପି ନେତା ଉମେଶ ଜେନା ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






