।। ଅସ୍ୱଚ୍ଛତା ଭିତରେ ଆଦିବାସୀ ଛାତ୍ରାବାସ ସ୍ୱଚ୍ଛ ଭାରତ ମିଶିନ କାହାପାଇଁ ?ସୀମା ଟପିଗଲେ ପ୍ରଧାନଶିକ୍ଷକ ।।

Oct 6, 2024 - 19:31
 0  12
।। ଅସ୍ୱଚ୍ଛତା ଭିତରେ ଆଦିବାସୀ ଛାତ୍ରାବାସ ସ୍ୱଚ୍ଛ ଭାରତ ମିଶିନ କାହାପାଇଁ ?ସୀମା ଟପିଗଲେ ପ୍ରଧାନଶିକ୍ଷକ ।।

ମୟୂରଭଞ୍ଜ ଜିଲ୍ଲା ସାରଷ କଣା ବ୍ଲକ ଅନ୍ତର୍ଗତ, ଚୈତନ୍ୟ ପ୍ରସାଦ ମାୡି ଉଚ୍ଚବିଦ୍ୟାଳୟରେ ଏହିପରି ଏକ ଜଘନ୍ୟ ଅସ୍ବଚ୍ଛ ପରିବେଶ ରେ ଦେଶର ଭବିଷ୍ୟତକୁହାଯାଉଥିବା ଛାତ୍ରମାନଙ୍କୁ ରଖାଯାଇଛି, ଏହି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲର ରକ୍ଷଣାବେକ୍ଷଣ ପରିଚାଳନା ଦାୟୀତ୍ଵରେ ଏଠାକାର ପ୍ରଧାନଶିକ୍ଷକ ଖୋଦ ନିଜେ । ମାତ୍ର ତାଙ୍କ ମନ ପଲି ଏକଛତ୍ରବାଦ ନିତି ଯୋଗୁ ଏହି ହଷ୍ଟେଲ ଅନ୍ତେବାସୀଙ୍କୁ ଦୁର୍ଦ୍ଦଶା ଭିତରେ ଦିନ କାଟିବାକୁ ପଡୁଛି,ସରକାରଙ୍କ ଆଦିବାସୀ କଲ୍ୟାଣ ଯୋଜନା, ସ୍ୱଚ୍ଛମିଶନ, ସବୁକିଛି ଫେଲ ମାରିଛି । ହଷ୍ଟେଲ ପରିସର ସମ୍ପୁର୍ଣ୍ଣ ଅପରିସ୍କାର ହୋଇ ରହିଛି, ଛାତ୍ରମାନେ ଶୋଉଥିବା ଶଯ୍ୟାର ଉପର ଓ ତଳ ସମ୍ପୁର୍ଣ୍ଣ ଅପରିସ୍କାର ହୋଇ ରହିଛି, ଏହି ବେଡ଼ ଉପରେ ଦଉଡ଼ି ଟଙ୍ଗା ହୋଇଛି, ସେଥିରେ ସେମାନେ ଭିଜା ଓ ଶୁଖିଲା କାପଡ଼ା ରଖିଛନ୍ତି, ଏହାଛଡ଼ା ପ୍ରତ୍ୟେକ ବେଡ଼ ଭିଡିଭିଡ଼ି ରହିଛି,ପିଲାମାନେ ସୁବିଧାରେ ଯାତାୟାତ କରିପାରୁନାହିଁ।ନ୍ତି ଏହା ଛଡ଼ା ହଷ୍ଟେଲ ରୁମ କୁ ଲାଗିରହିଥିବା ପାଇଖାନା ଗୃହ ସ୍ନାନ ଗୃହ ସମ୍ପୁର୍ଣ୍ଣରୂପରେ ଏତେ ମାତ୍ରାରେ ଅପରିସ୍କାର ଯାହାକି ବ୍ୟବହାର ଉପଯୋଗୀ ନୁହଁ । ପାଣି ଟେପ ମଧ୍ୟ ଖରାପ ହୋଇପଡ଼ିଛ।ସେନିଟେସନର କୌଣସି ସୁବିଧା ନାହିଁ।କୌଣସି ଟୋଏଲେଟ ଏବଂ ସ୍ନାନ ଗୃହରେ ଫିନାଇନ ନାହିଁ। ଯାହାଦ୍ଵାରା ପ୍ରବଳ ମାତ୍ରାରେ ଦୁର୍ଗନ୍ଧ ହେଉଛି। ଏହା ଦ୍ଵାରା ପିଲାମାନେ ବିଭିନ୍ନ ପ୍ରକାର ମାରାତ୍ର୍ତକ ରୋଗର ଶିକାର ହେବେ । ଖାଦ୍ୟ ଖାଇବା ସ୍ଥାନ ମଧ୍ୟ ସମ୍ପୁର୍ଣ୍ଣ ଅପରିସ୍କାର ହୋଇ ରହିଛି । ପିଲାମାନଙ୍କ ରୁମରେ ଆଳୁ ରଖାଯାଇଛି,ଏହି ଗ୍ରୀଷ୍ମର ପ୍ରକପ ରେ ପଚିସଡ଼ି ବହୁତ ବୁର୍ଗଦ୍ଧ ହେଉଛି। ପାଠପଢ଼ିବାର,ଭଲରେ ରହିବାର ଏହି ଆଦିବାସୀପିଲାଙ୍କ ପାଇଁ ଉପଯୋଗୀ ନୁହେଁ। ଏହି ନିରିହ ଆଦିବାସୀ ପିଲାମାନଙ୍କ ପ୍ରତି ଏତେ ନିଷ୍ଠୁରତା କାହିଁକି। ଏବେ ବି ଏମାନଙ୍କୁ ଏହି ପରି ପଶୁ ତୁଲ୍ୟ ଜଘନ୍ୟ ପରିବେଶରେ ରଖିବାର ଉଦ୍ଦେଶ୍ୟକଣ ସରକାରୀ ଆଦିବାସୀ କଲ୍ୟାଣ ଯୋଜନା ସତରେ କଣ ମିଛ । ଆଜି ପର୍ଯ୍ୟନ୍ତ କୌଣସି ଶିକ୍ଷା ଅଧିକାରୀଙ୍କ ନଜର ରେ କିପରି ଆସିନାହିଁ ଏହି ଦବଂ ଗିରି ଦେଖାଉଥିବା ପ୍ରଧାନଶିକ୍ଷକ କାହାର ଛତ୍ରଛାୟା ତଳେ । କିଏ ଏହି ପ୍ରଧାନଶିକ୍ଷକଙ୍କ ସୁରକ୍ଷା କବଚ,ଏହାକୁ ଚାରିଆଡ଼ୁ ଘର ନିନ୍ଦା କରାଯାଉଛି। ପିଲାଙ୍କ ଜୀବନ ସହିତ ଖେଳ ଖେଳୁଥିବା ଏହି ପ୍ରଧାନଶିକ୍ଷକ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ