ଅମଲା ସଂଘ ର ଦାବିପୂରଣ ପରେ ରାଜ୍ୟ ସରାକାରଙ୍କୁ ଖୁସି ଜଣାଇଲେ ରାଜସ୍ବ ଅମଲା ସଂଘ

Jan 9, 2024 - 20:59
 0  37
ଅମଲା ସଂଘ ର ଦାବିପୂରଣ ପରେ ରାଜ୍ୟ ସରାକାରଙ୍କୁ ଖୁସି ଜଣାଇଲେ ରାଜସ୍ବ ଅମଲା ସଂଘ

ନୂଆପଡ଼ା : ଦୀର୍ଘ ଦିନ ଧରି ନିଜର ହକ ଅଧିକାର ପାଇଁ ସଂଘର୍ଷ କରୁଥିବା ରାଜସ୍ୱ ଅମଲାମାନଙ୍କୁ ଶେଷରେ ନ୍ୟାୟ ମିଳିଛି । ବିଳମ୍ବରେ ହେଲେ ମଧ୍ୟ ସଠିକ ସମୟରେ ସରକାର ସେମାନଙ୍କ ଦାବି ଉପରେ ମୋହର ମାରିଛନ୍ତି ବୋଲି ରାଜ୍ୟ ବ୍ୟାପି ରାଜସ୍ଵ ଅମଲା କର୍ମଚାରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବାବେଳେ ନୂଆପଡ଼ା ଜିଲ୍ଲା ଶାଖା ତରଫରୁ ମଧ୍ୟ ସରକାରଙ୍କୁ କୃତଜ୍ଞତା ଜଣାଯାଇଛି । ସୂଚନା ମୁତାବକ ରାଜସ୍ଵ ଅମଲା ସଂଘ ତରଫରୁ ୨୦୧୭ ମସିହାରୁ ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲା ମାନଙ୍କର ସ୍ଵତନ୍ତ୍ର କ୍ୟାଡର ନିୟମ କରାଯିବାକୁ ଦାବି କରାଯାଇଆସୁଥିଲା । ନିକଟରେ ଏହି ଦାବିକୁ ନେଇ ଦୀର୍ଘ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ କରିଥିଲେ କର୍ମଚାରୀମାନେ | ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମଲାଙ୍କ ଦୁଃଖ ଶୁଣିଥିଲାବେଳେ ନୂତନ ବର୍ଷରେ ସାଧାରଣ ପ୍ରଶାସନ ବିଭାଗର ପତ୍ର ସଂଖ୍ୟା ୬୯୮/୨୪ରେ ଏହାକୁ ନେଇ ବିଜ୍ଞପ୍ତି ପ୍ରକାଶ କରିବାପରେ ସଂଘ କର୍ମକର୍ତା ମାନେ ଖୁସି ପ୍ରକଟ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ଧର୍ମରାଜ ନାୟକଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଅମଲା କର୍ମଚାରୀମାନେ ଏକ ବ୍ୟାନର ତଳେ ଠୁଳ ହୋଇଥିଲେ । ସରକାରଙ୍କ ନିଷ୍ପତ୍ତକୁ ନେଇ ଜୟଗାନ କରିଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ରାଜସ୍ବ ଅମଲା ସଂଘର ମାର୍ଗଦର୍ଶକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଆଇଏଏସ ସତ୍ୟବ୍ରତ ସାହୁ ପ୍ରମୁଖଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ମହାରଣା, କାର୍ଯ୍ୟକାରୀ ସମ୍ପାଦକ ପ୍ରଦୀପ କୁମାର ରାଉତ, ତ୍ରିଲୋଚନ ରଥ, ମୋହନ ବାଗ, ମମତା ଶବର, ପୁଷ୍ପଲତା ମାଝୀ, ଅପର୍ଣ୍ଣା ଅଗସ୍ତି, ସଞ୍ଜୀବ ପଣ୍ଡା, ତନ୍ମୟ କୁମାର ଜେନା, ମଦନ ସୁନ୍ଦର ସାହୁ, ବିଭୁଦତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ