ଅନାଥ ଝିଅର ମେଡିକାଲ ପାଠ ପାଇଁ ସାହଯ୍ୟର ହାତ ବଢାଇଲେ ଲିଲା ଲାଏସନ

Jul 19, 2025 - 22:30
 0  21
ଅନାଥ ଝିଅର ମେଡିକାଲ ପାଠ ପାଇଁ ସାହଯ୍ୟର ହାତ ବଢାଇଲେ ଲିଲା ଲାଏସନ

ନୂଆପଡା : ନୂଆପଡା ବ୍ଲକ ଗୋଡଫୁଲା ପଞ୍ଚାୟତ ଭେରା ଗ୍ରାମର କାଜଲ ପିଲାଦୁନୁ ବାପା ମାଙ୍କୁ ହରାଇ ଅନାଥ ହୋଇ ବଡ ଅସୁବିଧାରେ ଚଳିଆସୁଥିଲେ । ଖବର ପାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତି କାଜଲଙ୍କୁ ଉଦ୍ଧାର କରି ଖଡିଆଲ ସ୍ଥିତ ଉଚ୍ଛଳ ବାଳାଶ୍ରମ (ଅନାଥାଶ୍ରମ) ରେ ରଖିଥିଲେ । ସେଠି କାଜଲ ରହି ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ଯୁକ୍ତ ଦୁଇ ଖଡିଆଲ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପାଠ ପଢୁଥିଲେ । ଆଜି ସେ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ କଲେଜ ଟପ୍ପର ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ମଧୁସୂଦନ ଦାଶ କଲେଜ ଟପ୍ପର କାଜଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ମେଡିକାଲ ପାଠ ପଢିବାକୁ ଲକ୍ଷ୍ୟ ରଖିଛନ୍ତି କାଜଲ ହେଲେ ଅର୍ଥ ବଳର ଅଭାବ ଯୋଗୁଁ ସେ ନିରୁତ୍ସାହିତ ଥିବା ବେଳେ ସିଙ୍ଗାପୁର ର ମିଶ୍ ଲିଲା ଲାଏସନ ତାଙ୍କୁ ମେଡିକାଲ ପାଠ ପଢିବା ପାଇଁ ହାତ ବଢାଇ ସୁଯୋଗ ଦେଇଛନ୍ତି । ଗତକାଲି ତା ୧୮.୭.୨୫ ରଖ ଦିନ ସିଙ୍ଗାପୁର ର ମିଶ୍ର ଲିଲା ଲାଏସନ ଯିଏକି ଭୁବନେଶ୍ବର ସ୍ଥିତ ଓରା଼ଲ୍ଟ ସ୍କୁଲ ସେଣ୍ଟର ର ଡାଇରେକ୍ଟର ଉତ୍କଳ ବାଳାଶ୍ରମକୁ ପରିଦର୍ଶନରେ ଆସି କାଜଲ ସହ ସାକ୍ଷାତ କରି ତାର ସୁଖ ଦଖ, ପାଠ ପଢା ଭଳି ସବୁ ସମସ୍ୟା ବୁଝିବା ପରେ ମେଡିକାଲ ପାଠ ପଡିବା ପାଇଁ ଲକ୍ଷ୍ୟ ରଖିଥିବା ଝିଅକୁ ତାର ମେଡିକଲ ପ୍ରସ୍ତୁତି ପାଠ ପଡିବା ପାଇଁ ରାୟପୁର ସ୍ଥିତ ମେଡିକାଲ କୋଚିଙ୍ଗ ସେଣ୍ଟର ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶୃତି ଦେବା ସହ ତାକୁ ନଗଦ ୨୦ହଜାର ଟଙ୍କା ଚେକ ମାଧ୍ୟମରେ ପ୍ରଦାନ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ