ଅଣସ୍ତରୀତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଯୋଗାସନ ପ୍ରତିଯୋଗିତା-୨୦୨୫-୨୬ ଉଦଘାଟିତ

Nov 24, 2025 - 20:46
 0  9
ଅଣସ୍ତରୀତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଯୋଗାସନ ପ୍ରତିଯୋଗିତା-୨୦୨୫-୨୬ ଉଦଘାଟିତ

ମାଲକାନଗିରି, ୨୪. ୧୧. ୨୫: ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଅଣସ୍ତରୀତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ପୋଗାସନ ପ୍ରତିଯୋଗିତା -୨୦୨୫- ୨୬ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି - ୭ ଠାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନି ସଭାରେ ମୁଖ୍ୟଅତିଥି ଭାବରେ ଲୋକସଭା ସାଂସଦ ବଳଭଦ୍ର ମାଝୀ , ମାଲକାନଗିରି ବିଧାୟକ ନରସିଂହ ମାଡକାମୀ , ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲୋ, ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ପରିଡ଼ା, ପୂର୍ବତନ ଯୁଗ୍ମ ନିର୍ଦେଶକ ସପନ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ,ଅତିରିକ୍ତ ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, ଅଶୋକ କୁମାର ପରିଡ଼ା, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ସଭାର ସଭାପତିତ୍ବ କରିଥିଲେ । ଅତିଥି ପରିଚୟ ପରେ ପ୍ରଭୂ ଜଗନ୍ନାଥଙ୍କ ପାଖରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଥିଲା । ପରେ ରାଜ୍ୟରୁ ଆସିଥିବା ପ୍ରତିଭାଗୀଙ୍କ ଦ୍ୱାରା ଜିଲ୍ଲା ୱାରୀ ମାର୍ଚ୍ଚପାଷ୍ଟ ହୋଇଥିଲା । ମଶାଲ ପ୍ରଜ୍ବଳନ ପରେ ବିଦ୍ଯାଳୟର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ ଓ ଅଭିନୟ କରିଥିଲେ । ସହକାରୀ ନିର୍ଦ୍ଦେଶକ ଶ୍ରୀ ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ । ଜିଲ୍ଲାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅଂଚଳ ପାଇଁ ସୌଭାଗ୍ୟର ବିଷୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ନିରୋଗ ପାଇଁ ଯୋଗ ଏକ ମାଧ୍ୟମ ଏହା ଦ୍ୱାରା ପିଲାଙ୍କର ସର୍ବାଙ୍ଗୀନ ବିକାଶ ହେବା ସହ ଛୋଟ ବେଳୁ କ୍ରୀଡ଼ା କ୍ଷେତ୍ରରେ ପିଲାଙ୍କ ଭିତ୍ତି ସ୍ଥାପନ ହେବ । ଅଲମ୍ପିକ କ୍ରୀଡ଼ାରେ ପିଲାଙ୍କୁ ଭାଗ ନେବା ପାଇଁ କେହି ରୋକି ପାରିବେ ନାହିଁ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ଏହି ସଭାରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ବେହେରା, ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏ ଇଶ୍ଵର ରାଓ ପ୍ରମୁଖ ଉପସ୍ଥିତ ଥିଲେ। ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇ ଅଣସ୍ତରୀତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଯୋଗାସନ ପ୍ରତିଯୋଗିତା-୨୦୨୫-୨୬ ଆନୁଷ୍ଠାନିକ ଘୋଷଣା କରିଥିଲେ । ସମୂହ ଶପଥ ପାଠ ପରେ ସ୍ଥାନୀୟ ବିଦ୍ୟାଳୟ ମାନଙ୍କ ଦ୍ୱାରା ଅତିଥି ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସଭାକୁ ଶେଷରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ସମବେତ ଜାତୀୟ ସଂଗୀତ ଗାନ ପରେ ସଭାପତି ସଭା ସାଙ୍ଗ କରିଥିଲେ । ଠିକ୍ ପାଞ୍ଚଟା ତିରିଶ ମିନିଟ ସମୟରେ ପତକା ଅବତ୍ତୋଳନ ହୋଇଥିଲା, ପରେ ଅପରାହ୍ନ ଛଅ ଘଟିକା ସମୟରେ ପ୍ରତିଭାଗୀ ମାନଙ୍କର ସଂଧ୍ୟା ଜଳପାନ ବିରତି ହୋଇଥିଲା, ଜଳପାନ ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ