।। 5T ସ୍କୁଲକୁ ରାସ୍ତା ନାହିଁ କି ପ୍ରଶାସନର ନଜର ନାହିଁ ।।

Dec 8, 2023 - 12:05
 0  195
।। 5T ସ୍କୁଲକୁ ରାସ୍ତା ନାହିଁ କି ପ୍ରଶାସନର ନଜର ନାହିଁ ।।

ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ୫ଟି ନୋଡାଳ ଉଚ୍ଚ ସରକାରୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଯିବାଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛନ୍ତି । ସରକାର ୫ଟି ହାଇସ୍କୁଲ ଘୋଷଣା କଲାପରେ ମଧ୍ୟ ସ୍କୁଲକୁ ଛାତ୍ରଛାତ୍ରୀ ମାନଙ୍କ ଯିବାଆସିବା ପାଇଁ ରାସ୍ତା ନାହିଁ ।ଏହି ହାଇସ୍କୁଲ ଅତି ପୁରାତନ ହୋଇଥିବାରୁ ପାଖ ପଡେ଼ାଶୀ ଗାଁର ତଥା ବ୍ଳକର ଜନସାଧାରଣଙ୍କ ନଜର କୁ ଆସିଛି । ଏଠାରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନପାଠ ପଢିବାକୁ ଆସୁଥିବା ଦେଖିବାକୁ ମିଳେ ।ହେଲେ ଛାତ୍ରଛାତ୍ରୀମାନଙ୍କ ଯିବା ଆସିବା ପାଇଁ ରାସ୍ତା ଗୋଟେ ନଥିବାରୁ ବର୍ଷାଦିନେ କାଦୁଅରେ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଏଠାରେ ପ୍ରଶାସନକୁ ବାରମ୍ଵାର ଅଭିଯୋଗ କରିବା ସତ୍ତ୍ଵେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରୁ ନାହାନ୍ତି । ଛାତ୍ର ,ଛାତ୍ରି ,ଅଭିଭାବକ, ଶିକ୍ଷକ, ସିକ୍ଷୟତ୍ରୀ ସମସ୍ତେ କାଦୁଅ ଭିତରେ ଏବଂ ଖେଳପଡ଼ିଆ ଭିତରେ ସ୍କୁଲକୁ ଯିବାଆସିବାରେ ଅନେକ ବାଧାବିଘ୍ନ ସୃଷ୍ଟି ହେଉଛି । ଆଉ ମଧ୍ୟ ଖେଳ ପଡ଼ିଆରେ ଯେକୌଣସି ଖେଳ ଖେଳିବା ପାଇଁ ବର୍ଷାପାଣି ଜମିରହିବାରୁ ବାଧକ ସୃଷ୍ଟି କରୁଛି ଖେଳାଳି ମାନଙ୍କ ଖେଳକୁଦ ରେ ଅସୁବିଧା ହେଉଛି । ଏଠାରେ ପ୍ରଶାସନ କୌଣସି ଦୃଷ୍ଟି ଆକର୍ଷଣ କରୁ ନାହିଁ ବୋଲି ଜନସାଧାରଣରେ ଚର୍ଚ୍ଚାର ବିଷୟ ହେଉଛି ।

 ଖପ୍ରାଖୋଲ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ