ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗରେ: ଦୁର୍ବୃତ୍ତଙ୍କୁ ବାନ୍ଧିଲା କ. ନୂଆଗାଁ ପୋଲିସ

Jul 4, 2026 - 16:53
 0  2
ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗରେ: ଦୁର୍ବୃତ୍ତଙ୍କୁ ବାନ୍ଧିଲା କ. ନୂଆଗାଁ ପୋଲିସ

କ. ନୂଆଗାଁ ୪।୭ (ଫାଷ୍ଟ ନ୍ୟୁ ଜ୍ ଓଡ଼ିଶା):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ର କାଏରିପାଙ୍ଗା ସାହିର ଏକ ୱାଟର ସର୍ଭିସ ସେଣ୍ଟରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ। ତେବେ ଚୋରି କରି ନେଉଥିବା ପିକଅପ ଭ୍ୟାନ ସହ ଚୋରୀ ସାମଗ୍ରୀକୁ କ. ନୂଆଗାଁ ପୋଲିସ ଜବତ୍ କରିବା ସହ ଦୁଇ ଦୁର୍ବୁତ୍ତଙ୍କୁ ପୋଲିସ ଥାନାରେ ଅଟକ ରଖିଛି ପରେ ତାକୁ ଦାରିଙ୍ଗବାଡି ପୋଲିସକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି। ପ୍ରକାଶ ଯେ, ବିଳମ୍ବିତ ରାତ୍ରିରେ ଏକ ପିକଅପ ଭ୍ୟାନରେ ଦୁର୍ବୁତ୍ତମାନେ ଯାଇ କାଏରିପାଙ୍ଗା ସାହିର ଏକ ଅନ୍ଧାରୁଆ ସ୍ଥାନରେ ପାର୍କିଂ କରି ସେଠାରେ ଥିବା ଅରୁଣ ପ୍ରଧାନଙ୍କ ୱାଟର ସର୍ଭିସ ସେଣ୍ଟରର ଯନ୍ତ୍ରପାତି, ସର୍ଭିସ ଏୟାର ଗନ ସମେତ ଗ୍ୟାସ ଟାଙ୍କି, ଚୁଲ୍ହା, ସେଣ୍ଟରରେ ବିକ୍ରିପାଇଁ ରଖାଯାଇଥିବା ଟାୟାର, ଇଞ୍ଜିନ ଅଏଲ ଅନ୍ୟାନ୍ୟ ସାମଗ୍ରୀକୁ ପିକଅପ ଭ୍ୟାନରେ ଲୋର୍ଡ କରି ନେଇଜିବା ସମୟରେ ଅରୁଣଙ୍କ ନିଦ ଭାଙ୍ଗିଯାଇଥିଲା। ଅରୁଣଙ୍କୁ ଦେଖି ଦୁର୍ବୁତ୍ତ ଚମ୍ପଟ ମାରିଥିଲେ। ଅରୁଣ ସାହିରେ ପାଟି କରି ଲୋକଙ୍କୁ ଡାକିଥିଲେ। ଅରୁଣଙ୍କ ବଡ଼ ଭାଇ ଅମରେନ୍ଦ୍ର ତୁରନ୍ତ ଦାରିଙ୍ଗବାଡି ଥାନା ସମେତ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେଙ୍କୁ ଚୋରି ସମ୍ପର୍କରେ ଜଣାଇବା ସହ ଚୋରି କରି ନେଉଥିବା ଭ୍ୟାନଟି ସିମନବାଡିରୁ ୫୯ ନଂ ଜାତୀୟ ରାଜପଥର ବାଲିଗୁଡା ଅଭିମୁଖେ ଯାଇଥିବା ଜଣାଇଥିଲେ। ଏସଡିପିଓ ତୁରନ୍ତ କ. ନୂଆଗାଁ ଥାନାଙ୍କୁ ଉକ୍ତ ଭ୍ୟାନକୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ କ. ନୂଆଗାଁ ପୋଲିସ ଆସି ରାଜପଥର ସିର୍ତ୍ତିଗୁଡାରେ ବ୍ଲକିଂ କରି ଉକ୍ତ ପିକଅପ ଭ୍ୟାନକୁ ଜବତ କରିବା ସହ ୨ ଜଣ ଦୁର୍ବୁତ୍ତ ଙ୍କୁ କାବୁ କରି କ.ନୂଆଗାଁ ଥାନାରେ ଅଟକ ରଖିଛନ୍ତି। ଘଟଣାଟି ଦାରିଙ୍ଗବାଡି ଥାନା ଅଞ୍ଚଳର ହୋଇଥିବାରୁ କ. ନୂଆଗାଁ ଥାନା ପକ୍ଷରୁ ଦାରିଙ୍ଗବାଡି ଥାନାକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏନେଇ ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି,ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବା ସହ ଘଟଣାର ଅଧିକା ତଦନ୍ତ କରାଯାଉଛି। ଏଥିରେ ଆଉ କିଏ ସମ୍ପୃକ୍ତି ରହିଛି ଏବଂ କେଉଁ କେଉଁ ସ୍ଥାନରୁ ସେମାନେ ଏଭଳି ଚୋରି କରିଛନ୍ତି କି ନାହିଁ ସେ ସବୁର ତଦନ୍ତ କରାଯିବ। ସଠିକ୍ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ