ୱାଟର୍ଷେଡ ବିଭାଗ ଦୁର୍ନୀତି ର ଗନ୍ଧ ଦାଣ୍ଡରେ ପଡ଼ି ହାଟରେ ଗୋଡୁଛି

Mar 10, 2026 - 15:38
 0  21
ୱାଟର୍ଷେଡ ବିଭାଗ ଦୁର୍ନୀତି ର ଗନ୍ଧ ଦାଣ୍ଡରେ ପଡ଼ି ହାଟରେ ଗୋଡୁଛି

କଳାହାଣ୍ଡି:୧୦/୦୩/୨୬;(ଫାଷ୍ଟ ନ୍ୟୂଜ ଓଡ଼ିଶା)ସ୍ଥାନୀୟ ଯନ୍ତ୍ରୀଙ୍କ ଅନିୟମିତ କାର୍ଯ୍ୟ ପାଇଁ ଦୁର୍ନୀତି ର ଗନ୍ଧ ସାମ୍ନା କୁ ଆସିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୁଖିଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାଲୋଗୁଡ଼ ଗ୍ରାମରେ ଜଳବିଭାଜିକା ବା ୱାଟର୍ଷେଡ ବିଭାଗ ର କାର୍ଯ୍ୟ ଅତି ନିମ୍ନ ମାନର ହଉଥିବା ବେଳେ କୌଣସି ସୂଚନା ଫଳକ ବୋର୍ଡ ନାହିଁ। ସ୍ଥାନୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ରେ ମୋନମାନି ଚାଲିଛି ଚେକ୍ ଡେମ୍ ନିର୍ମାଣ ଓ JCB ମେସିନ ସାହାଯ୍ୟ ନେଇ ଫୋଖରି ଖନନ କାର୍ଯ୍ୟ । କିଭଳି ଦୁର୍ନୀତି କରାଯାଉଛି ତାହା ଟିକେ ଭଲଭାବରେ ଏହି ଚଳଚ୍ଚିତ୍ର କୁ ଦେଖି ନିଅନ୍ତୁ । ଜଙ୍ଗଲ ସୁରକ୍ଷା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଥିବା ବେଳେ ତାଲଗୁଡ଼ ଗ୍ରାମ ନିକଟ ଜଙ୍ଗଲ ଭିତରେ ଗଛ କାଟି ପୋଖରୀ ଖୋଲା ଚାଲିଛି ତାହା ପୁଣି ସୂଚନା ଫଳକ ବୋର୍ଡ ନାହିଁ।କେଉଁ ବିଭାଗ ପକ୍ଷରୁ କେତେ ଅଟକଳ ପରିମାଣ ମୂଲ୍ୟ ର କାର୍ଯ୍ୟ କୌଣସି ସୂଚନା ନାହିଁ। ଦୁର୍ନୀତି ର କଳା କାରନାମା କୁ ଲୁଚାଇବା କାରଣ ରୁ ଏଭଳି କାର୍ଯ୍ୟ ଚାଲିଛି କି? ମାଟି ଗୋଡ଼ି ମିଶା କଂକ୍ରିଟ କରଣ। ମେଟାଲ ଜାଗାରେ ଝରଣା ରୁ ଗୋଟା ପଥର କୁ ଦିଆଯାଉଥିବା ବେଳେ ଚିପ୍ସ ରେ ମିଶିଛି ଧାନ ନୋଡ଼ି। ସରକାର ଙ୍କ ଅର୍ଥ ପାଣ୍ଠି ର ଦୁର୍ବ୍ୟବହାର, ଠିକାଦାର ଏବଂ ଯନ୍ତ୍ରୀ ଙ୍କ ହାତ ବାରିଶୀ କରି ମାଲେ ମାଳ ହେବାର ଜନମହଳରେ ଚର୍ଚ୍ଚା ହେଉଛି। ଖବର ପ୍ରକାଶ ପରେ ସରକାର ଏବଂ ପ୍ରଶାସନ ଏହି କାର୍ଯ୍ୟ ଉପରେ ଆଇନ ଗତ ପଦକ୍ଷେପ ନେଉଛନ୍ତି କିମ୍ବା ଦୁର୍ନୀତି କୁ ଘଣ୍ଟ ଘୋଡାଇ ମଧୁଚନ୍ଦ୍ରିକା ସମ୍ପର୍କ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ