।। ୧୭ ବର୍ଷୀୟା ନା ବାଳିକାର ମୃତ୍ୟୁ ଥାନାର ଦ୍ୱାରସ୍ଥ ଯୁବତୀଙ୍କ ବାପା ମାଆ ।।

Jan 5, 2024 - 20:38
 0  12
।। ୧୭ ବର୍ଷୀୟା  ନା ବାଳିକାର ମୃତ୍ୟୁ ଥାନାର ଦ୍ୱାରସ୍ଥ ଯୁବତୀଙ୍କ ବାପା ମାଆ ।।

ସଇଁତଲା - ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କରମତଲା ପଞ୍ଚାୟତ ସ୍ଥିତ ତୁଷ୍ଟାପାଳି ଲାନ୍ଥନଦୀ କୁଲରୁ ଜଣେ ନାବାଳିକା ଝିଅର ଅର୍ଦ୍ଧନଗ୍ନ ଅବସ୍ଥା ପରିବାର ଲୋକେ ଉଦ୍ଧାର କରିଛନ୍ତି l ଏ ନେଇ ପରିବାର ଲୋକେ ପ୍ରଥମେ ସଇଁତଲା ଡାକ୍ତରଖାନା ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ଡାକ୍ତର ଯୁବତୀ ଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳ କୁ ପୋଲିସ ପହଂଚି ଶବ କୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଚଲାଇଛି l ଗୁରୁବାର ସଇଁତଲା ଥାନାକୁ ନା ବାଳିକା ଯୁବତୀର ବାପା ଓ ମାଆ ପହଂଚି ସଇଁତଲା ଥାନା ଅଭିଯୋଗ କରିଥିଲେ l ଘଟଣାକୁ ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଓ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଉଭୟ ବାପା ମା ଓ ସାଙ୍ଗରେ ଥିବା ଗାଁର ଯୁବକମାନଙ୍କୁ ବୁଝାଇ କହିଲେ ଯେ, ବଲାଙ୍ଗୀର ଥାନା ୟୁଡି ଏକ ମାମଲା ରୁଜୁ ହୋଇଛି l ଏ ନେଇ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପ୍ରକାଶ କରିଥିଲେ l ପ୍ରକାଶ ଯେ , ତୁଷ୍ଟାପାଲି ଗାଁର ମହେଦେବ ଛତ୍ରିଆଙ୍କ ଝିଅ ନଳିନୀ ଛତ୍ରିଆ (17 ) ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗ ସାଥି ସହ ଲାନ୍ଥ ନଦୀକୁ ଶୌଚ ପାଇଁ ଯାଇଥିଲେ। ତେବେ ନଳିନୀ ଅନ୍ୟ କୁଆଡେ ଯାଇ ଦୀର୍ଘ ସମୟ ପର୍ୟନ୍ତ ନଆସିବା ରୁ ସାଙ୍ଗରେ ଯାଇଥିବା ଅନ୍ୟ ଯୁବତୀ ମାନେ ନଳିନୀକୁ ଖୋଜା ଖୁଜି କରିଥିଲେ ପରେ ଏକ ବୁଦାମୂଳ ତଳେ ଯୁବତୀ ଜଣକ ଆଚେତ ଅବସ୍ଥାରେ ପଡିଥିବା ଦେଖି ଘରକୁ ଆଣି ପ୍ରଥମେ ସଇନ୍ତଳା ଡାକ୍ତର ଖାନା ରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ଡାକ୍ତର ଖାନରେ ଡାକ୍ତର ମୃତ ଘୋଷଣା କରିବା ସନ୍ଧେହ କରି ବଲାଙ୍ଗୀର ପୁଲିସ କୁ ଖବର ଦେବାପରେ ପୁଲିସ ଶବ ଜବତ କରି ବ୍ୟବଛେ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

 ବଲାଙ୍ଗୀର ଜିଲ୍ଲାରୁ ସତ୍ୟଜିତ ଷଡ଼ଙ୍ଗୀଙ୍କ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ