।। ସ୍ବଛତା,ସତ୍ୟର ଆଶ୍ରୟ ନେଵାକୁ ବିଶ୍ବ ଅହିଂସା ଦିବସରେ ଗାନ୍ଧୀଜୀଙ୍କ୧୫୫ତମ ଏଵଂ ଶାସ୍ତ୍ରୀଜୀଙ୍କ୧୨୦ତମ ଜୟନ୍ତୀ ଅନୁଷ୍ଠିତ ।।

Oct 3, 2024 - 21:02
 0  20
।। ସ୍ବଛତା,ସତ୍ୟର ଆଶ୍ରୟ ନେଵାକୁ ବିଶ୍ବ ଅହିଂସା ଦିବସରେ ଗାନ୍ଧୀଜୀଙ୍କ୧୫୫ତମ ଏଵଂ ଶାସ୍ତ୍ରୀଜୀଙ୍କ୧୨୦ତମ ଜୟନ୍ତୀ ଅନୁଷ୍ଠିତ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା-2.9.024ଆଜି ସାରା ଦେଶ ଦୁଇ ମହାପୁରୁଷ,ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୫ତମ ଏଵଂ ଶାନ୍ତିର ଉପାସକ ଲାଲ ବାହାଦୂର ଶାସ୍ତ୍ରୀଙ୍କ୧୨୦ତମ ଜୟନ୍ତୀ ପାଳନ କରୁଅଛି। ଏହି ପରିପ୍ରେକ୍ଷୀରେ ତାଙ୍କୁ ସମସ୍ତଙ୍କ ଭଳି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଖଜୁରୀପଦର ଗ୍ରାମ ଠାରେ ଉତ୍କଳ ସର୍ଵୋଦୟ ମଣ୍ଡଳର ଆହ୍ବାନ କ୍ରମେ ଜିଲ୍ଲା ସର୍ଵୋଦୟ ମଣ୍ଡଳୀ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ ଜୟନ୍ତି ପାଳନ କରାଯାଇଅଛି।ସର୍ବସେବା ସଂଘ ପକ୍ଷରୁ ବାରଣାସୀ ସ୍ଥିତ ଗାନ୍ଧି-ବିନୋବା-ଜୟପ୍ରକାଶଙ୍କ ବିଚାର ଆଧାରିତ ସର୍ଵୋଦୟ ସାଧନା କେନ୍ଦ୍ରର ପୁନ୍ଃ ନିର୍ମାଣ ଦାଵୀ ନେଇ ସେପ୍ଟେମ୍ବର ୧୧ ତାରିଖରୁ ସନ୍ଥ ବିନୋବାଙ୍କ ଜୟନ୍ତୀ ଦିବସରୁ ଜାରି ରହିଥିବା ୧୦୦ଦିନ ବ୍ୟାପି"ନ୍ୟାୟର ଦୀପ ଜଳାଅ" ।ସତ୍ୟା ଗ୍ରହର ସମର୍ଥନରେ ଆୟୋଜିତ ଏହି କାର୍ଯ୍ୟକାରମରେ ପୂର୍ବତନ ଵ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପର୍ଶୁରାମ ୱାଡକା ସମ୍ମାନୀତ ଅତିଥି ଭାବେଯୋଗ ଦେଇଥିଲେ।ସର୍ବସେଵା ସଂଘର ପ୍ରତିନିଧି ତଥା ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ ସର୍ବ ଧର୍ମ ପ୍ରାର୍ଥନା ସଭା ପରେ ସତ୍ୟ-ଶାନ୍ତି-ଅହିଂସାର ମୂର୍ତିମନ୍ତ ପ୍ରତୀକ ମହାତ୍ମା ଗାନ୍ଧୀଙ୍କର ଅବିକଳ୍ପ ଵିଚାର ଏଵଂ ଜୟଜବାନ ଜୟ କିଷାନର ଉଦ୍ଘୋଷକ ଶାନ୍ତି ଦୂତ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଜୀଙ୍କ ଅଖଣ୍ଡ ଵ୍ୟକ୍ତିତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ।ଖଜୁରୀପଦର ଓ ଗଜାକୁପୁଲି ଗ୍ରାମବାସୀ ତଥା ଵିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁ ସଙ୍ଖ୍ୟାରେ ଉପସ୍ଥିତ ଥିଲେ। ଅପର ପକ୍ଷରେ ଏହି ଉଦ୍ଦେଶ୍ୟ ନେଇ ଆଜିଦିନରେ ଜିଲ୍ଲାର ସମସ୍ତ ବ୍ଲକ ସମେତ ମୁନିଗୁଡା ଓ ଚନ୍ଦ୍ରପୁରୁ ବ୍ଲକର ପ୍ରତ୍ୟେକ ପଞ୍ଚା଼ତରେ ସ୍ବତନ୍ତ୍ର ଗ୍ରାମସଭା ମାନ ସରପଞ୍ଚ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଅଛି।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ