ସ୍ଥାନୀୟ ST ଏବଂ SC ବର୍ଗର ଲୋକେ ଏଯାଏଁ ପାଇ ପାରୁନାହାନ୍ତି ଜମି ପଟ୍ଟା କିନ୍ତୁ ଅନ୍ୟ ଗ୍ରାମର OBC ବର୍ଗ ର ଧନୀ ଲୋକଙ୍କୁ ଦିଆଯାଉଛି ଜଙ୍ଗଲ ଜମି ଲିଜ

Apr 28, 2026 - 21:23
 0  41
ସ୍ଥାନୀୟ ST ଏବଂ SC ବର୍ଗର ଲୋକେ ଏଯାଏଁ ପାଇ ପାରୁନାହାନ୍ତି ଜମି ପଟ୍ଟା କିନ୍ତୁ ଅନ୍ୟ ଗ୍ରାମର OBC ବର୍ଗ ର ଧନୀ ଲୋକଙ୍କୁ ଦିଆଯାଉଛି ଜଙ୍ଗଲ ଜମି ଲିଜ

*ଦୁର୍ନୀତି ରେ ସ୍ଥାନୀୟ TAHASILDAR ଏବଂ R I ଙ୍କ ହାତ ଥାଇପାରେ କି ? ଅଭିଯୋଗ ଶୁଣିବାରେ ବିଳମ୍ବ କାହିଁକି ? ଦୁର୍ନୀତି ର ପ୍ରମାଣ ଲୁଚାଇବା କାରଣ ନୁହଁ ତୋ*

 କଲାହାଣ୍ଡି:୨୮/୦୪/୨୬(ଫାଷ୍ଟ ନ୍ୟୁଜ ଓଡ଼ିଶା)ଦର୍ଶକ ବନ୍ଧୁ ଆସନ୍ତୁ ନଜର ପଖାଇବା ଆଜିର ମୁଖ୍ୟ ଖବର ଉପରେ । ଜଙ୍ଗଲ ଜମିରେ JCB ମେସିନ ଲଗାଇ ଗଛ କାଟି ଜମି ଦାଖଲ କରିବାକୁ ଅନୁମତି ଦିଅନ୍ତି ରାଜସ୍ବ ନିରୀକ୍ଷକ ଅଧିକାରୀ । ଜଙ୍ଗଲ ଜମିର ଜଙ୍ଗଲ କାଟି ଜମି ଦାଖଲ କରିବା ସିଲେଇଯୋର ଗ୍ରାମବାସୀ ଜାଣିପାରି ତହସିଲଦାର ଙ୍କୁ ଅଭିଯୋଗ କରିଥିଲେ ।ଅଭିଯାଗ କରି ଏକ ମାସ ବିତିଗଲା ହେଲେ ସରକାରୀ ଅଧିକାରୀ କିଛି ପଦକ୍ଷେପ ନେଲେନାହିଁ ବୋଲି ଜଣାପଡିଛି ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଅନ୍ତର୍ଗତ ବଡ଼କର୍ଲାକୋଟ ରାଜସ୍ବ ନିରୀକ୍ଷକ ଅଧୀନରେ ଥିବା ସିଲେଇଯୋର ଗ୍ରାମ ଏକ ରାଜସ୍ବ ଗାଁ ଭାବରେ ପରିଚିତ ।ଏହି ଗ୍ରାମରେ ୧୦୦% ଅନୁସୂଚିତ ଜାତି ଏବଂ ଜନଜାତି ଦେଶ ସ୍ୱାଧୀନତା ହେବା ପୂର୍ବରୂ ବସବାସ କରିଆସୁଛନ୍ତି ।ଶୁଣିଲେ ବଡ ଆଶ୍ଚର୍ଯ୍ୟ ଲାଗିବ, ଏଠାକାର ୭୦% ଆଦିବାସୀ ମାନଙ୍କୁ ଆଜିପର୍ଯ୍ୟନ୍ତ ଚାଷ କରିବାକୁ ନିଜସ୍ୱ ଜମି ଖଣ୍ଡେ ନାହିଁ।ଯାହାଫଳରେ ଜମି ପଟ୍ଟା ଖଣ୍ଡେ ପାଇବା ସ୍ବପ୍ନ ପାଲିଟିଛି।କିନ୍ତୁ ସରକାରୀ ବାବୁ ମାନେ ଅନ୍ୟ ଗ୍ରାମର ଧନୀ ଲୋକମାନଙ୍କୁ ଏହି ଆଦିବାସୀ ଗ୍ରାମର ଜଙ୍ଗଲ ଜମି ଦାଖଲ କରିବାରେ ସାହାଯ୍ୟ କରୁଛନ୍ତି ବୋଲି ଜଣାପଡିଛି।ଅନ୍ୟ ଗ୍ରାମର OBC ବର୍ଗର ବ୍ୟକ୍ତି ଯୁଗବଲ ପଟେଲ ଙ୍କୁ ଜଙ୍ଗଲ ଜମି କିସମ ଖାତା no 38,ପ୍ଲଟ no 231 ଜମି କୁ ରାଜସ୍ବ ଅଧିକାରୀମାନେ ଲିଜ ଦେଇଛନ୍ତି ବୋଲି ଜଣାପଡିଛି ଏବଂ ଏହି ଜାଗା ର ଜଙ୍ଗଲ JCB ମେସିନ ଦ୍ଵାରା ମହୁଲ ଏବଂ ଚାହାର ପରି ମୂଲ୍ୟବାନ ଗଛ କାଟି ଜମି ଦାଖଲ କରିଛନ୍ତି ବୋଲି ଅଭିଯାଗ ହୋଇଛି।ଯାହାର ଦୁଇ ମହଲା କୋଠା ଘର, ଚାରି ଚକିଆ ଏବଂ ଦୁଇଚକିଆ ଗାଡି ରହିଛି ।ଖାଲି ସେତିକି ନୁହଁ ଦର୍ଶକ ବନ୍ଧୁ ଏକ କିରାଣୀ ଦୋକାନ ସହିତ ଏକ ବଡ ବ୍ରୋଏଲର ସେଣ୍ଟର ମଧ୍ୟ ରହିଛି ।ଏବଂ ଆଉ ଜଣେ ମନୁ ରାଉତ (OBC ବର୍ଗର)ନାମକ ବ୍ୟକ୍ତି ଙ୍କୁ ମଧ୍ୟ ଚାଷ କରିବା ପାଇଁ ସିଲେଇଯୋର ଗ୍ରାମର ଜଙ୍ଗଲ ଜମି ଲିଜ ଦିଆଯାଇଛି । ସରକାର ଏକ ପେଡ ମା କେ ନାମ ବୋଲି ଗଛଳଗାଉ ଥିବା ବେଳେ ସିଲେଇଯୋର ଗ୍ରାମରେ ଗଛଗୁଡ଼ିକୁ ନଷ୍ଟ କରି ଚାଷଜମି ତିଆରି କରିବାକୁ ବିଭାଗୀୟ ଅଧିକାରୀ ମାନେ ଲିଜ ଦେଇଛନ୍ତି ।ବାରମ୍ବାର ଗ୍ରାମ ବାସୀଙ୍କ ଅଭିଯାଗ ସତ୍ତେ ମଧ୍ୟ ରାଜସ୍ବ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯାଗ ରହିଛି । ଯାହାଫଳରେ ଗ୍ରାମବାସୀମାନେ ନିଜର ମୌଳିକ ଅଧିକାର ହରାଇ ବସିଛନ୍ତି ।ଯେଉଁ ଗ୍ରାମରେ ଆଦିବାସୀ ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ଖଣ୍ଡେ ନାହିଁ ସେଠାରେ ଅନ୍ୟ ଗ୍ରାମର OBC ବର୍ଗର ଲୋକଙ୍କୁ ଆଣି ଜମି ଲିଜ ଦଉଛନ୍ତି ସ୍ଥାନୀୟ ତହସିଲଦାର। ତାହା ପୁଣି ଜଙ୍ଗଲ କାଟି ଦାଖଲ କରିଛନ୍ତି।ଅଧିକାରୀ ବାବୁ ମାନଙ୍କ ଦୁର୍ନୀତି କହିଲେ ନସରେ ।ଅନ୍ୟ ଗ୍ରାମର ଧନୀ ଲୋକମାନେ କୋଉ ଅଧିକାରରେ ଜଙ୍ଗଲ ଜମି ଅଧିକାର କରୁଛନ୍ତି, ଯେଉଁଠି ST ଏବଂ SC ବର୍ଗ ର ଅଧିବାସୀ ମାନଙ୍କୁ ଏଯାଏଁ ଜମି ପଟ୍ଟା ମିଳି ପାରି ନାହିଁ । କାହା ଛତ୍ରଛାୟା ରେ ଅନ୍ୟ ଗାଁ ରୁ ଆସି ଏକ ଆଦିବାସି ବହୁଳ ଗ୍ରାମ ରେ ଜଙ୍ଗଲ ଜମି ରୁ ଗଛ କାଟି JCB ମେସିନ ସାହାଯ୍ୟ ରେ ଦଖୋଲ କରୁଛନ୍ତି ।ବିଭାଗୀୟ ଅଧିକାରୀ ମାନଙ୍କ ହାତ ଥାଇପାରେ କି ତାହା ଜନମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି। ଖବର ପ୍ରକାଶ ପରେ ସରକାର ଏବଂ ପ୍ରଶାସନ ପକ୍ଷରୁ କେତେ ତତ୍ପରତା ଏବଂ ସିଲେଇଯୋର ଗ୍ରାମବାସୀ ଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ