ସେଣ୍ଟ୍ରାଲ ବ୍ୟାଙ୍କର ୧୧୪ତମ ପ୍ରତିଷ୍ଠା ଦିବସ ପାଳିତ

Dec 21, 2024 - 20:29
 0  13
ସେଣ୍ଟ୍ରାଲ ବ୍ୟାଙ୍କର ୧୧୪ତମ ପ୍ରତିଷ୍ଠା ଦିବସ ପାଳିତ

ନୂଆପଡା : ଆଜି ନୂଆପଡା ସେନଟ୍ରାଲ ବ୍ୟାଙ୍କ ଶାଖାରେ ସେନଟ୍ରାଲ ବ୍ୟାଙ୍କର ୧୧୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଥାନାଧିକାରୀ ଶ୍ରୀଯୁକ୍ତ ଗଙ୍ଗାଧର ମେହେର ଯୋଗଦାନ କରି ସେନଟ୍ରାଲ ବ୍ୟାଙ୍କର ପ୍ରତିଷ୍ଠାତା ସ୍ବର୍ଗୀୟ ସରୋଜଜୀ ପୋଚଖାନ ବାଲାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ବଳନ କରି ଶ୍ରୁତିଚାରଣ କରିଥିଲେ । ସେନଟ୍ରାଲ ବ୍ୟାଙ୍କ ଶାଖାର ବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ ଅମିତ କୁମାର ଗୋହିଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଅସିତ ରହମାନ ନିର୍ଦ୍ଦେଶକ ନବୋଦିତ୍ୟ ସ୍କୁଲ ଖରିଆରୋଡ,ପ୍ରିନ୍ସପାଲ ନୋବୋଦିତ୍ୟ ମଧୁଶୁଦନ ମୁଣ୍ଡ,ଖିରୋଦ କୁମାର ପାଢୀ(ଟୁଲୁ) ପ୍ରମୁଖ ଯୋଗଦାନ କରି ୧୧୪ତମ ପ୍ରତିଷ୍ଠା ଦିବସ ଅବସରରେ ସର୍ଗୀୟ ପୋଚଖାନା ବାଳାଙ୍କ ସ୍ମୃତିଚାରଣ କରିବା ସହ ବ୍ୟାଙ୍କର ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଦର ଥାନାଧିକାରୀ ଶ୍ରୀଯୁକ୍ତ ମେହେର ବର୍ତମାନ ସାଇବର ଫ୍ରଡ ଡର ଶିକାରରେ ବହୁଲୋକ ଫଶୁଥିବା ନଜରକୁ ଆସୁଛି ଏନେଇ ଲୋକେ ସଜାଗ ଓ ସଚେତନ ହେବା ସହ ବ୍ୟାଙ୍କ ମଧ୍ୟ ସଜାଗ ଓ ସଚେତନ ହୋଇ ଲୋକଙ୍କୁ ସଚେତନ କରି ଶୁରକ୍ଷା ପ୍ରଦାନ କରିବାର କର୍ତବ୍ୟ ରହିଛି ବୋଲି ନିଜ ବକ୍ତବ୍ୟ ରଖିବା ସହିତ ବର୍ତମାନ ମୋବାଇଲ ଯୁଗରେ ମୋବାଇଲର ସଠିକ ବିନିଯୋଗ କରିବା ପାଇଁ ଏବଂ ଅଜଣା ମୋବାଇଲ ନମ୍ବରରେ କୌଣସି ମେସଜ ଦିଅନ୍ତୁ ନାହିଁ ବା କୌଣସି ପ୍ରକାର ଓଟିପି ସେଆର କରନ୍ତୁ ନାହିଁ ବୋଲି ଲୋକଙ୍କୁ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହରର ବହୁ ବୁଦ୍ଧିଜିବୀ ଙ୍କ ସହ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ