।। ସେଙ୍ଗେଲର ପ୍ରେସ ଇସ୍ତାହାର ।।

Aug 5, 2024 - 19:44
 0  9
।। ସେଙ୍ଗେଲର ପ୍ରେସ ଇସ୍ତାହାର ।।

ବାରିପଦା ପ୍ରଶାସନ କରିଛି ସେଙ୍ଗେଲ ଅଭିଯାନକୁ ନିରାଶ 23ରେ ବାଙ୍ଗ୍ରିପୋଷି ବନ୍ଦ ଲାଗି ଆହ୍ବାନ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ 23ରେ ବାଙ୍ଗିରିପୋଷି ବନ୍ଦ ଲାଗି ଆହ୍ବାନ ବାରିପଦା,୦୫।୦୮: ସାମାଜିକ ବହିଷ୍କାର (ବାସନ୍ଦ) କରାଯାଇ ପିଡିତ ପରିବାରର ଜନ ସେବା କେନ୍ଦ୍ର ଦୋକାନକୁ ବାଡ ଘେରି ବନ୍ଦ କରାଯାଇଥିବା ମାମଲାରେ ପ୍ରଶାସନ ଦ୍ଵାରା ପକ୍ଷପାତ, ମିଥ୍ୟା ପ୍ରମାଣ ପାଇଁ ଚେଷ୍ଟା ସହ ହଇରାଣ କରାଯାଉଥିବା ବିରୋଧରେ ଏବଂ ପ୍ରଶାସନ ଦ୍ଵାରା ନିରୀହ ଗରିବ ପରିବାରକୁ ଟ.17000/- (ସତର ହଜାର) ଜରିମାନା କରି ଶୋଷଣ କରାଯାଇଥିବା ବିରୋଧରେ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟି ଏବଂ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟି ପକ୍ଷରୁ ତିନି ଦଫା ଦାବି ପୂରଣ କରାଯିବା ଦାବିରେ ବାଙ୍ଗ୍ରିପୋଷି ବନ୍ଦ ଲାଗି ଆହ୍ବାନ କରାଯାଇଛି ଏବଂ ଏହାକୁ ନେଇ ଆଜି ଓଡିଶା ପ୍ରଦେଶ ସେଙ୍ଗେଲ ପାର୍ଗାନା ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ ମୟୂରଭଞ୍ଜ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ବାରିପଦା ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ଦେବା ସତ୍ତ୍ବେ ଆମ୍ଭ ସଂଗଠନ ଏବଂ ପୀଡିତ ପରିବାରମାନଙ୍କୁ ନିରାଶ କରିଛନ୍ତି, ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ସମେତ ନ୍ଯାୟ ଏବଂ ସୁରକ୍ଷା ପ୍ରଦାନ କରାଯାଇ ପାରିଲା ନାହିଁ । ତେଣୁ ତା.23.08.2024 ରିଖ ଦିନ ବାଙ୍ଗ୍ରିପୋଷି ବ୍ଲକର ଦୋକାନ-ବଜାର, ସ୍କୁଲ-କଲେଜ, ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରାଯିବ ଏବଂ ସକାଳ ୬ ଘଟିକାରୁ ସମାଧାନ ନହେବା ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଅବରୋଧ କରାଯିବ । ତତସହିତ ଯଦି ତା.17.08.2024 ରିଖ ସୁଦ୍ଧା ଉକ୍ତ ଦୁଇଗୋଟି ମାମଲାକୁ କ୍ଷତିପୂରଣ ସହ ନ୍ଯାୟ ଏବଂ ସୁରକ୍ଷା ପ୍ରଦାନ କରାଯାଏ, ତେବେ ବନ୍ଦ ଡାକରାକୁ ସ୍ଥଗିତ ରଖାଯିବ । ଦାବି ଗୁଡିକ ମଧ୍ୟରୁ ସାମାଜିକ ବାସନ୍ଦ କରିଥିବା ଅପରାଧୀ ଏବଂ ଦୋକାନ ବନ୍ଦ କରିଥିବା ଗୁଣ୍ଡାଗିରି ମାନଙ୍କୁ ଗିରଫ କରାଯାଇ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଏକ ମାସରୁ ଉର୍ଦ୍ଧ ବନ୍ଦ କରାଯାଇଥିବା ଦୋକାନର କ୍ଷତିପୂରଣ ବାବଦକୁ ଟ.20000/- (କୋଡିଏ ହଜାର) ଟଙ୍କା ପ୍ରଦାନ କରାଯାଉ । ସେହିପରି ପୋଲିସ ପ୍ରଶାସନ ଦ୍ଵାରା ଜରିମାନା କରାଯାଇଥିବା ଟ.17000/- ଟଙ୍କାକୁ ଫେରାଇ ଦିଆଯାଉ । ଦାବିପତ୍ର ପ୍ରଦାନ ସମୟରେ ବାରିପଦା ଜୋନାଲ ଉପସଭାପତି ବାହାଦୁର ମୁର୍ମୁ, ଭାଇର ମାର୍ଣ୍ଡି, ମେଘ୍ରାୟ ଟୁଡୁ, କାହ୍ନୁ ଚରଣ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

 ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ