ସୁଭଦ୍ରା ଯୋଜନା ର ଯୋଗ୍ୟ ହିତାଧିକାରୀଙ୍କୁ ଭୁବନେଶ୍ୱର ଗସ୍ତ ପୂର୍ବରୁ ଭବ୍ୟ ସମ୍ବର୍ଦ୍ଧନା

Sep 18, 2024 - 12:00
 0  56
ସୁଭଦ୍ରା ଯୋଜନା ର ଯୋଗ୍ୟ ହିତାଧିକାରୀଙ୍କୁ ଭୁବନେଶ୍ୱର ଗସ୍ତ ପୂର୍ବରୁ ଭବ୍ୟ ସମ୍ବର୍ଦ୍ଧନା

ନବରଙ୍ଗପୁର: ତା ୧୬.୦୯.୨୦୨୪: ( ରଞ୍ଜିତ ନାୟକ ) ଆଜି ଭୁବନେଶ୍ୱର ଗଲେ ନବରଙ୍ଗପୁର ଜିଲ୍ଲାରୁ ସୁଭଦ୍ରା ଯୋଜନା ର ଯୋଗ୍ୟ ହିତାଧିକାରୀ ! ଆସନ୍ତା କାଲି ୧୭.୯.୨୦୨୪ ରିଖ ରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଶୁଭାରମ୍ଭ ହେବାକୁ ଥିବା ସୁଭଦ୍ରା ଯୋଜନା ରେ ସାମିଲ ହେବାପାଇଁ ୧୦୦ ଜଣ ସୁଭଦ୍ରା ହିତାଧୀକାରୀ ୨ ଟି ବସ ରେ ଭୁବନେଶ୍ୱର ଯାତ୍ରା କରିଛନ୍ତି ! ଏହି ପରିପେକ୍ଷିରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ରେ ଜିଲାପାଳ ଡ ଶୁଭଙ୍କର ମହାପାତ୍ର ଙ୍କ ଅଧକ୍ଷତା ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା ! ସମ୍ବର୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ତଥା ନୋଡାଲ ଅଧିକାରୀ ,ସୁଭଦ୍ରା ଯୋଜନା ବିରଞ୍ଚି ନାରାୟଣ ଦର ୱାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାଏକ,ଡି ଏସ ଡବ୍ଲୁ ଓ ଦ୍ରପୌଦି କହଁର, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ! ଏଥିରେ ଜିଲ୍ଲାପାଳ ସମସ୍ତ ହିତାଧୀକାରୀ ଙ୍କୁ ଉତ୍ସାହିତ କରି ସମସ୍ତଙ୍କ ପାଇଁ ଖାଦ୍ୟ, ଔଷଧ,ପାନୀୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ବୋଲି କହିବା ସଙ୍ଗେ ସମସ୍ତଙ୍କୁ ଯାତ୍ରା ର ଶୁଭ କାମନା କରିଥିଲେ। ହିତାଧୀକାରୀ ମାନଙ୍କ ସୁବିଧା ପାଇଁ ୪ ଜଣ ନୋଡାଲ ଅଧିକାରୀ ,୨ ଜଣ ଏ ଏନ୍ ଏମ ଓ ସୁପରଭାଇଜର ଭୁବନେଶ୍ୱର ଗସ୍ତ କରୁଛନ୍ତି ! ଅଧିକାରୀଗଣ ବସ କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ