ସୁନା ଚେନ ଲୁଟେରାଙ୍କୁ ଧରି କେନ୍ଦୁଝର ପୋଲିସ ସିନ ରିକ୍ରିଏସନ କଲା

Jul 28, 2025 - 21:04
 0  10
ସୁନା ଚେନ ଲୁଟେରାଙ୍କୁ ଧରି କେନ୍ଦୁଝର ପୋଲିସ ସିନ ରିକ୍ରିଏସନ କଲା

କେନ୍ଦୁଝର, ଆନ୍ତଃରାଜ୍ୟ ଲୁଟେରା ମାନେ କେନ୍ଦୁଝର ଜିଲ୍ଲାରେ ସକ୍ରିୟ ହୋଇପଡ଼ିଥିଲେ। ବାଇକରେ ଆସି କିଛି ଦିନ ହେବ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ କରି ଚମ୍ପଟ ମାରୁଥିଲେ। କେନ୍ଦୁଝର ପୋଲିସ ଲାଗି ଏହା ଶକ୍ତ ଚାଲେଞ୍ଜ ଥିଲା । ତେଣୁ କେନ୍ଦୁଝର ପୋଲିସ ନିଜ ଅଭିଯାନ ଚଳାଇ ସମସ୍ତ ସୂଚନା ଏକଜୁଟ କରି ରାଜ୍ୟ ବାହାରେ ତଥା ପଡ଼ୋଶୀ ଜିଲ୍ଲା ଯାଜପୁରରେ ଛାନଭିନ କରିବାରେ ଲାଗିଥିଲା । ଶେଷରେ ସବୁ ଆଡ଼ୁ ସହଯୋଗ ପାଇ ଲୁଟେରା ଦଳର ୨୧ଜଣଙ୍କୁ ଗିରଫ କରାଯାଇଛି ଏଥିରେ କିଛି ମହିଳା ସହଯୋଗୀ ରହିଛନ୍ତି। ଏମାନେ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ରାଜ୍ୟର ବୋଲି ଜଣାଯାଇଛି। ମୁଖ୍ୟ ଅଭିଯୁକ୍ତ ଚିନ୍ମୟ ପ୍ରଧାନ ମହାରାଷ୍ଟ୍ରର ସେ ଗ୍ୟାଙ୍ଗ ଲିଡର ବୋଲି ସୂଚନା ମିଳିଛି । ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ବରେ ଆଜି ଏହି ଲୁଟେରା ଗ୍ୟାଙ୍ଗ ସଦସ୍ୟଙ୍କୁ ନେଇ ବଜାରରେ ଛିନତାଇର ସିନ୍ ରିକ୍ରିଏସନ କରାଯାଇଥିଲା। ବଜାରରେ ଏହା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା । ଜବତ ସାମଗ୍ରୀ ମଧ୍ୟରେ ୮ଟି ଚେନ,୧୪ଟି ବାଇକ,୨୧ଟି ମୋବାଇଲ ଫୋନ ସହ ୧୧ହଜାର ଟଙ୍କା ନଗଦ ଅର୍ଥ ଥିଲା । ଏହି ଲୁଟେରାଙ୍କୁ ଧରିବା ପରେ କେନ୍ଦୁଝର ଲୋକେ ଆଶ୍ୱସ୍ତ ହୋଇଛନ୍ତି ଏମାନଙ୍କୁ ଧରିଥିବା ପୋଲିସ ସମ୍ମାନୀତ ହୋଇ ଆର୍ଥିକ ପୁରସ୍କାର ପାଇବେ ବୋଲି ଜଣାଯାଇଛି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ