ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Mar 17, 2025 - 19:13
 0  11
ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡ଼ା : ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୁଦନ ଦାସ ଓ ଜିଲ୍ଳା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିନିଧି ଉପ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାଏକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖରୀଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘୀବେଲା, ବିଡ଼ିଓ କାର୍ମୀ ଓରାମ , ତହସିଲଦାର ଉପାଞ୍ଜଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟୀ କଲେକ୍ଟର ଶେଖ୍ ନସିମ, ହେମନ୍ତ ପୁଟା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ନୂଆପଡାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ସମାଧାନରେ ସାମିଲ ହୋଇଥିଲେ । ଉକ୍ତ ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗୁଡିକରୁ 53 ଗୋଟି ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା । ଏଥିରୁ 31 ଟି ବ୍ୟକ୍ତିଗତ ଥିଲାବେଳେ 22 ଟି ସାମୁହିକ ଅଭିଯୋଗ ଥିଲା l ଅସହାୟା ମହିଳା ରିନା ମେହେର ଙ୍କୁ ରେଡ୍ କ୍ରସ ପାଣ୍ଠିରୁ ତତ୍କାଳୀନ 10,000 ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶ କ୍ରମେ ବ୍ଲକ୍ ପରିସରରେ ଗୋଟିଏ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଏଥିରେ ସିନାପାଲି ବିଡ଼ିଓ କାର୍ମୀ ଓରାମ ଓ ତାଙ୍କ ସ୍ଵାମୀଙ୍କ ସମେତ ଡେପୁଟୀ କଲେକ୍ଟର ଶେଖ୍ ନସିମ ପ୍ରଭୃତି 5 ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ରକ୍ତଦାତା ମାନଙ୍କୁ ଶିବିରରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅପରାହ୍ନରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଗୋଡାଳ ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭାର ଆୟୋଜିତ ହୋଇଥିଲା l ସକାଳୁ ଗୋଡାଳ ଗ୍ରାପ ଜନସାଧାରଣଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ସେହିପରି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ 50 ଟି ବଡ଼ ଏବଂ 80 ଟି ଛୋଟ ଗୃହପାଳିତ ପଶୁଙ୍କ ଚିକିତ୍ସା କରିବା ସହିତ 20 ଗୋଟି ପଶୁର ବୀମାକରଣ କରା ଯାଇଥିଲା ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ