।। ସାମ୍ବାଦିକ ଙ୍କୁ ପଥର ଛେଚି ହତ୍ୟା ।।

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ରେଉ ସାହି ୱାର୍ଡ-୧ର ଏକ ଭଡ଼ା ଘରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ସମୟ ଖବରକାଗଜ ପ୍ରତିନିଧି ତଥା ସୋରଡା ନିର୍ବାଚନମଣ୍ଡଳୀର ଜଣେ କଂଗ୍ରେସ ଯୁବ ନେତାଙ୍କ ଗଳିତ ଶବ ଉଦ୍ଧାର ମାମଲାରେ ପୁଲିସ ଜଣେ ନାବାଳକକୁ କାବୁ କରିଛି। ଯୁବ ନେତା ଜଗନ୍ନାଥ ନାୟକଙ୍କୁ ହତ୍ୟା ମାମଲା ରେ ଧରା ହୋଇଥିବା ନାବାଳକର ଘର ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗ୍ରାମ। ସେ ଜଗନ୍ନାଥଙ୍କ ଗୋପାଳପୁରସ୍ଥିତ ଫାଷ୍ଟଫୁଡ୍ ଦୋକାନର ହେଲପର ଭାବେ କାମ କରୁଥିଲା। ଅଭିଯୁକ୍ତ ଠାରୁ ପୁଲିସ ହତ୍ୟାରେ ବ୍ୟବହୃତ ପଥର, ଲୁହା କବଜା, ଚାବି, ମୋବାଇଲ୍ ଆଦି ଜବତ କରିଛି। ଜଗନ୍ନାଥ ସବୁବେଳେ ଅଭିଯୁକ୍ତ ନାବାଳକକୁ ଗାଳିଗୁଲଜ କରିବା ସହ ନିୟମିତ ଦରମା ଦେଉନଥିବା, ଏପରିକି ଭଉଣୀକୁ ବଳାତ୍କର କରିବି ବୋଲି କହୁଥିବା ହେତୁ ପୂର୍ବରୁ ରାଗ ରହି ଥିଲା। ସେହି ରାଗ ଶୁଝାଇବାକୁ ଯାଇ ଜଗନ୍ନାଥଙ୍କୁ ଶୋଇଥିବା ବେଳେ ପଥର ଛେଚିବା ସହ ଲୁହା କବଜାରେ ପିଟି ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ନାବାଳକ। ରେଉ ସାହି ୱାର୍ଡ –୧ରେ ଏକ ଭଡ଼ା ଘରେ ଜଗନ୍ନାଥ ନାୟକ ରହିବା ସହ ଗୋପାଳପୁରରେ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ତାଙ୍କ ସହ ଗଞ୍ଜାମ ଜିଲ୍ଲା କୁଲାଡ଼ ନିକଟ ବାରୁଡା ଗ୍ରାମର ହେଲପର ନାବାଳକ ଏବଂ ଆସିକାର ଜଣେ କାରିଗର ମୃତ୍ୟୁଞ୍ଜୟ ପଣ୍ଡା ଗତ ୩ ମାସ ହେଲା ରହି ଆସୁଥିଲେ। ତେବେ ଅଭିଯୁକ୍ତ ନାବାଳକ ପୁଲିସ ଆଗରେ ଦେଇଥିବା ବୟାନ ମୁତାବକ ଜଗନ୍ନାଥ ସବୁବେଳେ ତାକୁ ଗାଳିଗୁଲଜ କରୁଥିଲେ, ନିୟମିତ ଦରମା ଦେଉ ନଥିଲେ, ଏପରିକି ଭଉଣୀକୁ ବଳାତ୍କାର କରିବି ବୋଲି କହୁଥିଲେ। ଏହାକୁ ନେଇ ନାବାଳକର ଜଗନ୍ନାଥଙ୍କ ଉପରେ ରାଗ ରହିଥିଲା। ଗତ ୨୮ ତାରିଖ ସନ୍ଧ୍ୟାରେ ଉକ୍ତ ଦୋକାନରେ କାମ କରୁଥିବା କାରିଗର ମୃତ୍ୟୁଞ୍ଜୟ କୌଣସି କାମରେ ନିଜ ଗ୍ରାମକୁ ଚାଲି ଯାଇଥିଲେ। ରାତିରେ ଫାଷ୍ଟଫୁଡ୍ ଦୋକାନ ବନ୍ଦ କରି ଜଗନ୍ନାଥ ଓ ଅଭିଯୁକ୍ତ ରହୁଥିବା ଭଡ଼ା ଘରକୁ ଆସିଥିଲେ। ଜଗନ୍ନାଥ ନାବାଳକ ହେଲ୍ପରକୁ ଗାଲିଗୁଲଜ କରିଥିଲେ। ତେବେ ପୂର୍ବରୁ ଜଗନ୍ନାଥଙ୍କୁ ହତ୍ୟା କରିବା ଯୋଜନା କରି ସାରିଥିବା ଅଭିଯୁକ୍ତ ହେଲପର୍ ପୂର୍ବରୁ ଏକ ପଥର ଆଣି ରଖିଥିଲା। ରାତିରେ ଜଗନ୍ନାଥ ଶୋଇଥିବା ସମୟରେ ତାଙ୍କ ମୁଣ୍ଡକୁ ପଥର ଛେଚିବା ସହ ଲୁହା କବଜାରେ ଆକ୍ରମଣ କରି ହତ୍ୟା କରିଥିଲା। କିଛି ସମୟ ପରେ ବାହାରେ ଚାବି ପକାଇ ଚାଲିଯାଇଥିଲା ଅଭିଯୁକ୍ତ। ଚଳିତ ମାସ ୩ ତାରିଖରେ ଜଗନ୍ନାଥଙ୍କ ସାନ ଭାଇ କରିଥିବା ହତ୍ୟା ଅଭିଯୋଗ ପ୍ରକାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସୋମବାର ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିବା ଆସିକାର କାରିଗର ଓ ଭଞ୍ଜନଗରରୁ ହେଲ୍ପରକୁ ପୁଲିସ ସନ୍ଦେହରେ ଆଣି ଥାନାରେ ପଚରାଉଚରା କରିଥିଲା। ନାବାଳକ ହେଲ୍ପର୍ ହତ୍ୟା ସ୍ୱୀକାର କରିଥିବାରୁ କେସ୍ ନମ୍ବର ୪୯୬/୨୦୨୩ରେ ମଙ୍ଗଳବାର କୋର୍ଟଚାଲାଣ କରିଥିବା ପୁଲିସ କହିଛି।
ବ୍ୟୁର୍ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






