ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାକୁ ନେଇଜିଲ୍ଲା ସାମ୍ବାଦିକ ସଂଘର ଜରୁରୀ ବୈଠକ

Aug 20, 2025 - 22:29
 0  47
1 / 1

1.

ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାକୁ ନେଇଜିଲ୍ଲା ସାମ୍ବାଦିକ ସଂଘର ଜରୁରୀ ବୈଠକ

କୋରାପୁଟ ୨୦/୦୮ସେମିଳିଗୁଡା

ତହସିଲ କର୍ତ୍ତୃପକ୍ଷଙ୍କ ଅଦାଲତ ଅବମାନନା ଘଟଣାର ଖବର ପ୍ରସାରଣ ପରେ ଦୁଇ ସାମ୍ବାଦିକ ପୋଲିସର ଆକ୍ରୋଶର ଶିକାର ହେବା, ସାମ୍ବାଦିକ ମାନେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ, ଡିଆଇଜି କୋରାପୁଟଙ୍କୁ ଭେଟି ଅଭିଯୋଗ ଘଟଣାକୁ ନେଇ ବୁଧବାର ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ଏକ ଜରୁରୀ ବୈଠକ ସେମିଳିଗୁଡା ସ୍ଥିତ ଏକ ହୋଟେଲ ବୈଠକ ଗୃହରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ଶଶଧର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ଉପଦେଷ୍ଟା ଅଜୟ ସାହୁ, ଜାତୀୟ ପ୍ରେସ କାଉନସିଲ୍ ସଦସ୍ୟ ଦିଲ୍ଲୀପ କୁମାର ମହାନ୍ତି,ସହ ସମ୍ପାଦକ ଶରତ କୁମାର ଧଳ ,ତୁଷାର କାନ୍ତ ମହାନ୍ତି, ଅମିତାଭ ବେହେରା, କୁରୁମା ରାଓ, ଙ୍କ ସମେତ ଜିଲାର , ଲକ୍ଷ୍ମୀପୁର, ପଟାଙ୍ଗି, ନନ୍ଦପୁର, ସେମିଳିଗୁଡା, ସୁନାବେଡା, କୋରାପୁଟ, ଦାମନଯୋଡି ଅଞ୍ଚଳର ବହୁ ସଂଖ୍ୟକ ସାମ୍ବାଦିକ ଉପସ୍ଥିତ ଥିଲେ। ବୈଠକରେ ଉପସ୍ଥିତ ଦୁଇ ସାମ୍ବାଦିକ କୃତିବାସ ପ୍ରଧାନ ଓ ବାସୁଦେବ ବରାଡ ଙ୍କୁ ସୁନାବେଡା ଏସଡିପିଓ ସେମିଳିଗୁଡା ଥାନାକୁ ଡାକି କିଭଳି ଅପଦସ୍ତ କରିଥିଲେ ସେ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଅନ୍ୟ ପକ୍ଷରେ ସେମାନଙ୍କୁ ଉଦେଶ୍ୟ ମୁଳକ ଭାବେ ବିଭିନ୍ନ ପ୍ରକାର ହଇରାଣ ହରକତ କରାଯାଉଥିବା ଅଭିଯୋଗ କରିଥିଲେ।ଯାହାକୁ ଶୁଣି ଉପସ୍ଥିତ ସାମ୍ବାଦିକ ମାନେ ନିନ୍ଦା କରିବା ସହ ସାମ୍ବାଦିକଙ୍କ ପ୍ରତି ଯଦି ପୋଲିସର ଏଭଳି ବ୍ୟବହାର ତାହେଲେ ସାଧାରଣ ଜନତାଙ୍କ ପ୍ରତି କିଭଳି ବ୍ୟବହାର ଥିବ ବୋଲି ପ୍ରଶ୍ନ କରିଥିଲେ। ପୋଲିସ ଓ ସାମ୍ବାଦିକଙ୍କ ମଧ୍ୟରେ ଏଭଳି କଟୁ ସମ୍ପର୍କ ସମାଜ ପାଇଁ ହିତକର ନୁହେଁ ବୋଲି ମତ ବ୍ୟକ୍ତ କରିଥିଲେ। ସଭାପତି ଶ୍ରୀ ରାଉତ ଓ ଉପଦେଷ୍ଟା ଶ୍ରୀ ସାହୁ ସାମ୍ବାଦିକଙ୍କ ପ୍ରତି ପୋଲିସର ଏତାଦୃଶ ଆଚରଣ ର ଘୋର ନିନ୍ଦା କରିଥିଲେ। ଆଗାମୀ ଦିନରେ ସାମ୍ବାଦିକଙ୍କ ପ୍ରତି ଏସଡିପିଓ ଙ୍କ ଆଚରଣରେ ଯଦି ସୁଧାର ନ ଆସେ ତେବେ ଜିଲ୍ଲା ସାମ୍ବାଦିକ ସଂଘ ଏହାର ଦୃଢ ପ୍ରତିବାଦ ସହ ରାଜ୍ୟ ସ୍ତରୀୟ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଗାମୀ ଦିନର କାର୍ଯ୍ୟ ପନ୍ଥା ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ସଭାପତି ଶଶଧର ରାଉତ ଙ୍କ ନେତୃତ୍ବରେ ଅଜୟ ସାହୁ, ଦିଲିପ୍ ମହାନ୍ତି, ଅମିତାଭ ବେହେରା,ଓ ତୁଷାର କାନ୍ତ ମହାନ୍ତି ଙ୍କୁ ନେଇ ଏକ ୫ ଜଣିଆ ଉପକମିଟି ଗଠନ କରାଯାଇଛି।

କୋରାପୁଟ ଜିଲ୍ଲାରୁ ରଞ୍ଜିତ ଖୋରା ଙ୍କ ରିପୋର୍ଟ୍ ଫାଷ୍ଟ୍ ନ୍ୟୁଜ୍

ଓଡ଼ିଶା 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ