।। ସାମ୍ନା କୁ ଆସିଲା ରାୟଗଡା ବିଜେଡି ରେ ଗୋଷ୍ଠୀ କନ୍ଦଳ ।।

Mar 29, 2024 - 12:21
 0  12
।। ସାମ୍ନା କୁ ଆସିଲା  ରାୟଗଡା ବିଜେଡି ରେ ଗୋଷ୍ଠୀ କନ୍ଦଳ ।।

ରାୟଗଡା ଜିଲ୍ଲା- ବିଜେଡିରେ ବିସ୍ଫୋରଣ କର୍ମୀମାନଙ୍କ ଭିତରେ ଗୋଷ୍ଠୀ କନ୍ଦଳ ରାୟଗଡ଼ା ବିଜୁ ଜନତା ଦଳରେ କମ୍ପନ ସୃଷ୍ଟି କରିଛି। ସାମୁହିକ ଭାବେ ଅନେକ କର୍ମି ଇସ୍ତଫା ପତ୍ର ଦାଖଲ କରୁଥିବା ଦେଖା ଦେଇଛି। ଜନତା ଦଳ ଉପସଭାନେତ୍ରୀ ସୁଜାତା ପାଳ, ପୂର୍ବତନ ଜିଲ୍ଲାପରିଷଦ ସଭାପତି ଗଙ୍ଗାଧର ପୁଅଲା ବିଜେଡି ଦଳ ଛାଡ଼ିଛନ୍ତି। ସେହିପରି ରାୟଗଡ଼ା ପୌରପାଳିକାର ବହୁ କାଉନସିଲର ମଧ୍ୟ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ ବ୍ଳକ ଏବଂ ପଞ୍ଚାୟତ ସ୍ତରର ଅନେକ ନେତା ନିଜ ନିଜ ପଦବି ତଥା ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ ୮୦ରୁ ଊର୍ଦ୍ଧ୍ବ ନେତା ରାତି ସୁଦ୍ଧା ଇସ୍ତଫା ଦେଇ ସାରିଲେଣି। ଯାହା ଆଗକୁ ଆହୁରି ବଢ଼ିବ ବୋଲି ସୂଚନା ମିଳିଛି। କିନ୍ତୁ, ଏମିତି ଘଡ଼ିସନ୍ଧି ସମୟରେ ଦଳର ପ୍ରଭାବଶାଳୀ ନେତା ଆଦୌ ମୁହଁ ଖୋଲୁନାହାନ୍ତି। ପ୍ରତିକ୍ରିୟାର ଆକଳନ କରିବା ସହ ସ୍ଥିତି ପରଖିବା ଆରମ୍ଭ କରିଛନ୍ତି। ରାୟଗଡ଼ାରୁ ବିଧାନ ସଭା ପ୍ରାର୍ଥୀନୀ ଅନୁସୂୟା ମାଝି ଙ୍କ ପ୍ରାର୍ଥିତ୍ଵକୁ କେନ୍ଦ୍ର କରି ଦଳରେ ଏମିତି କଂପନ ହୋଇଥିବା ସୂଚନା ମିଳିଛି । କିନ୍ତୁ, ଏହି ଘୋଷଣା ଏବେ ଦଳ ଭିତରେ ବଡ଼ ବିଦ୍ରୋହ ସୃଷ୍ଟି କରିଥିବା ବେଳେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ହଠାତ ନିର୍ବାଚନ ପୂର୍ବରୁ ତାଙ୍କର ଦଳ ଛାଡିବା ଏକ ବଡ ଧକ୍କା ବୋଲି କର୍ମୀ ମହଲରେ ଚର୍ଚ୍ଚା ଜୋର ହେଉଛି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ