ସାଇବର ଠକେଇ ଘଟଣାରେ ସଂପୃକ୍ତ ୧୨ ଅଭିଯୁକ୍ତ ଗିରଫ
। ଝାରସୁଗୁଡା,୧୮।୧୧(ଫାଷ୍ଟ ନ୍ୟୁଜ ଓଡିଶା) ଜାଲ ଆକାଉଣ୍ଟ ଦ୍ୱାରା ଆର୍ଥିକ ଠକେଇ କରି ଆସୁଥିବା ଏହି ଗ୍ୟାଙ୍ଗ୍ ର 2 ନାବାଳକ ଙ୍କ ସହ 12ଜଣଙ୍କୁ ଗିରଫ କରିଛି। ପୋଲିସ ୬୧ଟି ପାସ୍ବୁକ୍, ୪୧ଟି ATM କାର୍ଡ, ୧୯ଟି ମୋବାଇଲ୍ ଫୋନ୍, ଏବଂ ଠକେଇରେ ବ୍ୟବହୃତ ୨ଟି କାର ଜବତ କରିଛି।ଏହି ଗ୍ୟାଙ୍ଗ ପଶ୍ଚିମ ଓଡ଼ିଶାରେ ସକ୍ରିୟ ଥିଲା ବେଳେ ବିହାର ର ଜାମତାରା ଗ୍ୟାଙ୍ଗ ର ବି ଟିମ ଭାବେ କାର୍ଯ୍ୟ କରୁଥିଲା।ଝାରସୁଗୁଡ଼ାରେ ‘ଅପରେଶନ ନେତ୍ର’ ଅନ୍ତର୍ଗତ ବ୍ୟାପକ ଚଢ଼ାଉ ପରେ ଘଟଣା ସାମନାକୁ ଆସିଛି।ଝାରସୁଗୁଡ଼ା ଜିଲ୍ଲା ପୋଲିସ ‘ଅପରେଶନ ନେତ୍ର’ ଅଭିଯାନରେ ବଡ଼ ସାଇବର ଠକେଇ ଘଟଣା ର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି।
ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0