ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନାରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Aug 14, 2025 - 19:30
 0  3
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନାରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ନୂଆପଡା : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର ରୋଡ ସ୍ଥିତ ସଭାଗୃହରେ ନୂଆପଡ଼ା ପୋଲିସ ଆନୁକୁଲ୍ୟରେ ନାରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୋଧ କୁମାର ହୋତା ଅଧ୍ଯକ୍ଷତା କରିଥିବା ସହ ମୁଖ୍ୟ ଅତିଥୁ ରୂପେ S.D.P.O (ଏସ .ଡି. ପି.ଓ) ଶ୍ରୀଯୁକ୍ତ ସ୍ବାଧୀନ ମିଶ୍ର ମୁଖ୍ୟ ଅତିଥ୍‌ ।.I.C ( ଆଇ ଆଇ. ସି) ଜୋଙ୍କ ଥାନା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଧରୁଆ, S.। (ଏସ. ଆଇ) ଶ୍ରୀମତୀ ନମିତା ନାୟକ ଯୋଗଦାନ କରିଥିଲେ । ଛାତ୍ରୀ ସୁରକ୍ଷା, ସାଇବର କ୍ରାଇମ ବିଷୟରେ ଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶ୍ରୀମତୀ ଅଞ୍ଜନା ଗୁରୁ, ଶ୍ରୀମତୀ ବବିତା ରଣା, ଶ୍ରୀମତୀ ପ୍ରଜିତା ଦଳ ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଯୋଶୀ ସଞ୍ଚାଳନ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ମିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ