ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝିଲମିଲା ରେ ବିଜ୍ଞାନ ମେଳା ଅନୁଷ୍ଠିତ

ନୂଆପଡା : ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝିଲମିଲାରେ ବିଜ୍ଞାନ ମେଳା ପ୍ରଧାନ ଶିକ୍ଷୟିତ୍ରୀ ମମତାଞ୍ଜଳୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥିଭାବେ ଏବିଇଓ ଚନ୍ଦ୍ରକଳା ଜଗତ ଯୋଗ ଦେଇଥିଲେ. ସମ୍ମାନିତ ଅତିଥି ଭାବେ ସଦର ସିଆର୍ ସିସି ଜିତେନ୍ଦ୍ର ଖମାରୀ ଓ ଶରତ ପଣ୍ଡା ଯୋଗ ଦେଇଥିଲେ. କୁନି କୁନି ବୈଜ୍ଞାନିକମାନଙ୍କ ଦ୍ଵାରା ମୋଟ 33 ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା.ଗଣିତ ଓ ବିଜ୍ଞାନ କୁଇଜ୍, ଅଲିମ୍ପିଆଡ ତଥା ପ୍ରକଳ୍ପ ରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା. ବିଜ୍ଞାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ.ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜୁଲତା ଷଡଙ୍ଗୀ , ଦେବେନ୍ଦ୍ର ନନ୍ଦ ଓ ପାର୍ବତୀ ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






