ସମିତି ସଭ୍ୟା ରଶ୍ମିତା ଦୁରିଆ ଓ ସମାଜ ସେବୀ ପ୍ରକାଶ ଦୁରୀଆ ଜୟପାଟଣା ଧାନ ମଣ୍ଡି କୁ ପରିଦର୍ଶନ

Dec 19, 2024 - 04:10
 0  11
ସମିତି ସଭ୍ୟା ରଶ୍ମିତା ଦୁରିଆ ଓ ସମାଜ ସେବୀ ପ୍ରକାଶ ଦୁରୀଆ ଜୟପାଟଣା ଧାନ  ମଣ୍ଡି କୁ ପରିଦର୍ଶନ

ଜୟପାଟଣା ୧୮-୧୨-୨୦୨୪(ଫାଷ୍ଟ ନ୍ୟୁଜ ଓଡ଼ିଶା /କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ର, ଜୟପାଟଣା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ରଶ୍ମିତା ଦୁରିଆ ଓ ସମାଜ ସେବୀ ପ୍ରକାଶ ଦୁରୀଆ ଜୟପାଟଣା ଧାନ ମଣ୍ଡି କୁ ପରିଦର୍ଶନରେ ଯାଇ ଧାନ କ୍ରୟ ସମ୍ବନ୍ଧରେ ସେଠାରେ ଉପସ୍ଥିତ ଚାଷୀ ତଥା ଦାୟିତ୍ୱରେ ଥିବା କର୍ମଚାରୀ ଙ୍କ ସହିତ ଆଲୋଚନା କରି ୬ ଡିସେମ୍ବର ଠାରୁ ମଣ୍ଡି ଖୋଲି ବର୍ତ୍ତମାନ ପର୍ଯ୍ୟନ୍ତ ୫,୫୩୦,୫୧ କ୍ୟୁଣ୍ଟାଲ ଧାନ କ୍ରୟ କରାଯାଇଥିବାର ଜାଣି ।ତ୍ରୁଟି ପୂର୍ଣ୍ଣ ଟୋକନ ବ୍ୟବସ୍ତା ଯୋଗୁଁ ବହୁପୂର୍ବରୁ ଧାନ ଅମଳ କରିଥିଲେ ସୁଦ୍ଧା ଧାନ ବିକ୍ରୟ କରି ପାରି ନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ।ଚାଷୀଙ୍କ ସୁବିଧା ଦୃଷ୍ଟିରୁ କିଛି ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ ।ଜୟପାଟଣା ମଣ୍ଡି ଅଧୀନରେ ବହୁତ୍ ଚାଷୀ ଓ ପ୍ରାୟ ୫୦ ହଜାର କ୍ୟୁଣ୍ଟାଳ ଧାନ ଥିବାରୁ ୩ ଦିନ ବଦଳରେ ୫ ଦିନ ମଣ୍ଡି ଖୋଲାଯାଉ,ସରକାରୀ ନୀତି ନିୟମ ସହିତ ଚାଷୀଙ୍କ ସହମତିରେ ଧାନ କ୍ରୟ କରାଯାଉ,ସମ୍ପୃକ୍ତ ସମସ୍ତ ମିଲର ମାନେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବା ବ୍ୟବସ୍ତା ହେଉ,ସମସ୍ତ ଚାଷୀ ଙ୍କ ଧାନ ମଣ୍ଡି ରୁ ହିଁ ଉଠା ଯାଉ,ଧାନ କ୍ରୟ ରେ,ଏଥିସହ ଚାଷୀଙ୍କ ପାଇଁ ନୀତିଗତ ବ୍ୟବସ୍ତା ଥିବା ବିଶ୍ରାମ ଘର ଓ କେଣ୍ଟିନ ର ବ୍ୟବସ୍ତା କରାଯିବା ପାଇଁ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କହିବା ସହ ଚାଷୀଙ୍କ ହକ୍ ଓ ଅଧିକାରକୁ ଅଣଦେଖା କରି ମନମୁଖୀ କଲେ ଚାଷୀଙ୍କ ସହ ମିଶି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସମିତି ସଭ୍ୟା କହିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ