।। ସମସ୍ୟା ଘେରରେ କାଠଘରା ଆବାସିକ ବିଦ୍ୟାଳୟ,ଶିକ୍ଷକ ଅନୁପସ୍ଥିତ:ସ୍କୁଲ ଛାଡ଼ି ଘରମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ ।।

ସରକାର ଆଦିବାସୀ ପଛୁଆ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଏହାର ସଠିକ ବିନିଯୋଗ ଓ ବିଭାଗୀୟ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ଓ ଉଚିତ ତଦାରଖର ଅଭାବ ଯୋଗୁଁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଛାଡି ଘରକୁ ଚାଲି ଯାଉଛନ୍ତି ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୁଣପୁର ଗ୍ରାମପଞ୍ଚାୟତର କାଠଘରା ଆବାସିକ ବିଦ୍ୟାଳୟରେ ଏଭଳି ସମସ୍ୟା ଦେଖା ଦେଇଥିବା ଘଟଣା ସାମନାକୁ ଆସିଛି। ଘଟଣାରୁ ଜଣାପଡେ ଯେ, ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ଅନୁପସ୍ଥିତ ରହୁଥିବା ଓ ମେସ୍ ପରିଚାଳନା ସୁଚାରୁ ରୁପେ ହେଉ ନଥିବା କାରଣରୁ ବିଦ୍ୟାଳୟରେ ସବୁବେଳେ ଅଶାନ୍ତିର ବାତାବରଣ ଲାଗି ରହିଛି। ଯଦ୍ବାରା ଛାତ୍ରଛାତ୍ରୀ ଙ୍କ ପଢାପଢିରେ ବ୍ୟାଘାତ ସ୍ତୃଷ୍ଟି ହେଉଛି । ଛାତ୍ରଛାତ୍ରୀ ମାନେ ଏଥିପାଇଁ ବିଦ୍ୟାଳୟ ଛାଡି ଘରକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ପରୀକ୍ଷା ସବୁ ଚାଲିଛି ତଥାପି ଏଭଳି ସମସ୍ୟା ଲାଗି ରହିବା ବିଡ଼ମ୍ବନାର ବିଷୟ । କୌଣସି ଛୁଟିଦିନ ନ ଥିବା ସତ୍ତ୍ଵେ ପିଲାମାନେ ଘରକୁ ଚାଲି ଯିବା ଘଟଣା ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ଓ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସତର୍କ କରାଇ ଦେଇଛନ୍ତି।
ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର
What's Your Reaction?






