ସନ୍ତରଣ ଶିକ୍ଷା ଓ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବାରିପଦା. ତା. 6.4.2026 ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ବର ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜର ମିଳିତ ସହଯୋଗରେ ସନ୍ତରଣ ଶିକ୍ଷା ଓ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ ପ୍ରଶିକ୍ଷଣ ଶିବିର ମୁର୍ଗାବାଡ଼ିସ୍ଥିତ ଜିଲ୍ଲା ପଞ୍ଚାୟତ ସଂସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଶ୍ରୀ ପ୍ରଶାନ୍ତ କୁମାର ନାୟକ, କମାଣ୍ଡାଣ୍ଟ ପଞ୍ଚମ ବାଟାଲିୟନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜଗବନ୍ଧୁ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହିତ ଉକ୍ତ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବାକୁ ଯାଇ କରିଥିଲେ ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ବ୍ୟାଚରେ 30 ଜଣ କରି 10ଟି ବ୍ୟାଚରେ 300 ଜଣ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ସନ୍ତରଣ ଶିକ୍ଷା ପ୍ରଦାନ କରାଯିବ ଏବଂ ଗତବର୍ଷ ଗୋଟିଏ ବ୍ୟାଚର 30ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଏବର୍ଷ ଆଉ 270 ଜଣଙ୍କୁ ସନ୍ତରଣ କୌଶଳ ତାଲିମ ପ୍ରାପ୍ତ ଓଡ୍ରାଫ୍ ପ୍ରଶିକ୍ଷକମାନଙ୍କ ଦ୍ଵାରା ଦିଆଯିବ ବୋଲି ପ୍ରକାଶ କରିଥିଲେ ଓ ଏହା ମାଧ୍ୟମରେ ବୁଡ଼ି ମରିବା ଘଟଣାକୁ ଆଶାନୁରୂପ ଭାବେ କମ କରାଯାଇ ପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ. ଏହି ଅବସରରେ ଏହି ସନ୍ତରଣ ଶିକ୍ଷା କିଭଳି ଅନେକ ଅମୂଲ୍ୟ ଜୀବନର ସୁରକ୍ଷା କବଚ ସାଜି ପାରିବ ତାହା ଜିଲ୍ଲା ଜରୁରୀକାଳୀନ ବିଭାଗର ଭାରପ୍ରାପ୍ତ ଡେପୁଟି କଲେକ୍ଟର ସୁଶ୍ରୀ ଦୀପାଞ୍ଜଳି କହିଥିଲେ. ଏହି ତାଲିମ ନେବା ପରେ ନିୟମିତ ଅଭ୍ୟାସ କରିବା ଓ ନିଜ ପରିବାର ଓ ଗୋଷ୍ଠୀର ପିଲାମାନଙ୍କୁ ମଧ୍ଯ ଶିଖାଇବାକୁ ପରାମର୍ଶ ଦେଇଥିଲେ. ସେହିପରି ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକ କହିଥିଲେ ଯେ ପାଣିରେ ବୁଡ଼ି ମରିବା ଘଟଣାରେ ମୟୁରଭଞ୍ଜ ଜିଲ୍ଲା ଓଡ଼ିଶାରେ ସର୍ବାଗ୍ରେ ରହିଛି ଏବଂ ଏପରି ସନ୍ତରଣ ଶିକ୍ଷା ମାଧ୍ୟମରେ ଅନେକ ଜୀବନ ହାନି ରୋକାଯାଇ ପାରିବ ଓ ସରକାରଙ୍କ ରାଜ୍ଯ ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ବର ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ମିଳିତ ଭାବ ଏକ ବୃହତ୍ତର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଥିଲେ. ସେହିପରି ବାରିପଦା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସାଗରିକା ସିଂ ବଞ୍ଚିବାର କୌଶଳ ତଥା ଜୀବନର ଲକ୍ଷ୍ଯ ବିଷୟରେ ଅନେକ ଉପାଦେୟ ଶିକ୍ଷା ପ୍ରଦାନ କରିଥିଲେ ଓ ଜୀବନର ବଡ଼ ବଡ଼ ସ୍ଵପ୍ନ ଦେଖି ତାହାକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ. ମହାରାଜା ଶ୍ରରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ଶ୍ରୀମତୀ ବିଷ୍ନୁପ୍ରିୟା ହାଁସଦା ଶିକ୍ଷା କିଭଳି ବ୍ୟକ୍ତିକୁ ପୂର୍ଣ୍ଣାଙ୍ଗ କରିଥାଏ ଓ ବିପଦ ସମୟରେ ସାହାଯ୍ୟ କରେ ତାହା କହିବା ସଙ୍ଗେ ସଙ୍ଗେ ଏଭଳି ତାଲିମ ଆମ ଜିଲ୍ଲା ବା ରାଜ୍ୟରେ ବୁଡ଼ି ମରିବା ଘଟଣାକୁ ବହୁ ସଂଖ୍ୟାରେ କମ କରିପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ. ଶ୍ରରାମଚନ୍ଦ୍ର ଭଞ୍ଜଦେଓ ମେଡିକାଲ କଲେଜର ଆସୋସିଏଟ ପ୍ରଫେସର ଡକ୍ଟର ଶ୍ରଦ୍ଧା ସୁମନ ଯୋଗ ଦେଇ ବୁଡ଼ି ମରିବାର ଅନେକ ଗୁଡ଼ିଏ ବୈଜ୍ଞାନିକ ତଥ୍ୟ ଉପସ୍ଥାପନ କରିବା ସହିତ ସହଜରେ କିଭଳି ଜଣେ ବ୍ୟକ୍ତି ପହଁରି ପାରିବ ତାହା କହିଥିଲେ. ଏହି ଅବସରରେ ମୁଖ୍ୟ ଅତିଥି କମାଣ୍ଡାଣ୍ଟ ଶ୍ରୀ ନାୟକ ଅନେକ ସମୟରେ ଭୟ ଆମ ମୃତ୍ୟୁର କାରଣ ହୋଇଥାଏ ତେଣୁ ପ୍ରଥମେ ଜାଣିବା ଦରକାର ଯାହା ଦ୍ୱାରା ଭୟ ଦୂର କରି ସବୁ କ୍ଷେତ୍ରରେ ବିଜୟ ହୋଇପାରିବା. ଏଥି ସହିତ ଜଣେ କିଭଳି ଅତି ସହଜରେ ଘଣ୍ଟା ଘଣ୍ଟା ପାଣିରେ ଭାସି ପାରିବ ତାହାର ସହଜ ଉପାୟମାନ ବତାଇଥିଲେ. ଜୀବନ ଅତ୍ୟନ୍ତ ମୂଲ୍ୟବାନ ଓ ତାକୁ ସହଜରେ ନାଶ ହେବାକୁ ଦେବା ନାହିଁ. ନିଜର ସ୍ଵପ୍ନ, ପିତା ମାତାଙ୍କ ସ୍ଵପ୍ନ ପୂରଣ ତଥା ସମାଜ ଓ ଦେଶର ବୃହତ୍ତର ସ୍ଵାର୍ଥର ସୁରକ୍ଷା ପାଇଁ "ମୁଁ ପାରିବି ...ମୁଁ ହୋଇ ପାରିବି" ଏହି ଜିଦ ସଦା ସର୍ବଦା ରହିବା ଉଚିତ ବୋଲି ପ୍ରକାଶ କରିଥିଲେ. ସର୍ବ ଶେଷରେ ଓଡ୍ରାଫ୍ ର ମାଷ୍ଟର ଟ୍ରେନର ଶ୍ରୀ ଅରୁଣ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0