ଭାଲୁମାଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୪ ତମ ବାର୍ଷିକୋତ୍ସବ ପାଳିତ
କୋଲାବିରା:୨୮।୩(ଫାଷ୍ଟ ନ୍ୟୁଜ ଓଡିଶା):ରଘୁନାଥ ପାଳି ଗ୍ରାମ ପଞ୍ଚାୟତର ଭାଲୁମାଲସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଚବିଶ ତମ ବର୍ଷିକୋତ୍ସବ ସଭାପତି ହରି ହର ନାଏକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଶ୍ରୀମା ଓ ଶ୍ରୀ ଅରବିନ୍ଦ ଙ୍କ ଦର୍ଶନ ଉପରେ ଆଲୋଚନା କରିଥିଲେ ।ସେ ତାଙ୍କ ଭାଷଣ ରେ ରୌପ୍ୟ ଜୟନ୍ତୀ ବେଳେ ଶିକ୍ଷା କେନ୍ଦ୍ରକୁ ସବୁ ଦିଗରୁ ପୂର୍ଣ୍ଣାଙ୍ଗ କରିବାକୁ ଆହ୍ବାନ ଦେଇଥିଲେ ।ବକ୍ତା ଭାବରେ ମାତୃ କର୍ମୀ ଷୌଭାଗ୍ୟ ପଟେଲ ଯୋଗଦେଇ ପାଠଚକ୍ରର ଆନ୍ଦୋଳନ ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ନୃପଲଲ ପଶାୟତ,ସରପଞ୍ଚ ରଞ୍ଜନ କୁମାର ସରାଫ ଓ ସମିତି ସଭ୍ୟ ବୃନ୍ଦାବନ ନାଏକ ଯୋଗ ଦେଇଥିଲେ । ଅନୁଷ୍ଠାନ ର ସମ୍ପାଦକ ନବୀନ ଚନ୍ଦ୍ର ପାଣ୍ଡେ ଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବରେ ପ୍ରମ୍ଭରେ ଶ୍ରୀ ମା ଓ ଶ୍ରୀ ରବୀନ୍ଦ୍ର ଙ୍କ ତୈଳଚିତ୍ର ରେ ପୁସ୍ପାର୍ଘ୍ୟ ଓ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଏଥି ସହିତ ଅତିଥି ଗଣ କୃତି ଛାତ୍ର ଛାତ୍ରୀ ଓ ସକ୍ରିୟ ଅଭିଭାବକ ଙ୍କୁ ପୁରସ୍କୃତ ଓ ସମ୍ମାନିତ କରିଥିଲେ ।ଉତ୍ସବ ପ୍ରାରମ୍ଭରେ ଅପାର କେବୁଲ ଓ ଜୟ ହନୁମାନ ଉଦ୍ୟୋଗ ର ମ୍ୟାନେଜର ଦ୍ୱୟ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷା କେନ୍ଦ୍ର ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।ଦେଶରେ ନବୀନ ପାଣ୍ଡେ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହା ପରି ଛାତ୍ର,ଛାତ୍ରୀ ଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
କୋଲାବିରା ରୁ ସମୀର କୁମ୍ଭୀର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0