।। ସଞ୍ଜିବ ସେନା ପକ୍ଷରୁ ବୃକ୍ଷରୋପଣ ।।

Aug 18, 2024 - 11:20
 0  122
।। ସଞ୍ଜିବ ସେନା ପକ୍ଷରୁ ବୃକ୍ଷରୋପଣ ।।

ବରୀ,ସ୍ୱାଧୀନତା ଦିବସ ପାଳନ ଅବସରରେ ସଞ୍ଜିବ ସେନା, ବରୀ ପକ୍ଷରୁ ଯୁବ ସମାଜସେବୀ ତଥା ବରୀ ପଞ୍ଚାୟତର ସମିତି ସଭ୍ୟ ସଞ୍ଜିବ ଜେନାଙ୍କ ତତ୍ୱlବଧାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ବରୀବ୍ଲକ ସାହୁପଡା ପଞ୍ଚାୟତର କୁମ୍ଭlରଗଣ୍ଡ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଦେବେନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ମୁଖ୍ୟଵକ୍ତା ଭାବେ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ସମ୍ମାନିତ ଅତିଥିଭାବେ ଯାଜପୁର ଜିଲ୍ଲା ବିଜେପି କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡା, ପ୍ରଧାନଶିକ୍ଷକ ପାବକ ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟାପକ ମନୋରଞ୍ଜନ ଜେନା, ମ୍ୟାଙ୍ଗୋ ମ୍ୟାନ କ୍ଷୀରୋଦ ଜେନା, ଅଶୋକ କୁମାର ଶାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଭାତି ଜେନା, ପୂର୍ବତନ ସରପଞ୍ଚ ଇନ୍ଦ୍ରମଣି ପରିଡା, ଧର୍ମଜାଗରଣ ମଞ୍ଚର ମହେଶ ତ୍ରିପାଠୀ, ପ୍ରଧାନଶିକ୍ଷକ ନୃସିଂହ ମହାନ୍ତି, ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ସମ୍ପାଦକ ମାଧବାନନ୍ଦ ଶାନ୍ତି, ଅଶୋକ କୁମାର ଶାନ୍ତି, ଆବହକ ସଞ୍ଜିବ ଜେନା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ସମାଜରେ କିଭଳି ଆବଶ୍ୟକତା ରହିଛି ସେ ସମ୍ପର୍କରେ ଆଲୋଚନା କରିବା ସହିତ ବହୁଳ ଭାବରେ ଗଛ ଲଗାଇଲେ ମିଳୁଥିବା ପ୍ରକୃତି ଦତ୍ତ ଅମ୍ଳଜାନ କୁ ବହୁ ମୂଲ୍ୟ ଦେଇ କିଣିବାକୁ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ l ଗଛ ଯେଉଁଭଳି ଭାବେ ଆମେ କାଟି ଦେଉଛନ୍ତି ତାହାର ପ୍ରଭାବରେ ଆମ ପରିବେଷ ଦିନକୁ ଦିନ ନଷ୍ଟ ହେଉଛି l ଏହାର ସୁରକ୍ଷା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ପଞ୍ଚାୟତ ମାନଙ୍କରେ ଏକ ହଜାର ବୃକ୍ଷ ରୋପଣ କରିବାକୁ ଲକ୍ଷ୍ୟ ରଖିଥିବା ଯୁବ ସମାଜସେବୀ ଶ୍ରୀ ଜେନା କହିଛନ୍ତି। କାର୍ଯ୍ୟକ୍ରମ ଶେଷରେ ଗୁରୁଚରଣ ଦାସ ଧନ୍ୟବାଦ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ବରୀ ଅଂଚଳର ବହୁ ଶିକ୍ଷାବିତ, ପରିବେଶବିତ ଓ ବୁଦ୍ଧିଜିବୀ ଯୋଗଦାନ କରିଥିଲେ l

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ