ଶୁଣିଲାନାହିଁ ପ୍ରଶାସନ କଙ୍କଡ଼ାଆମ୍ବ ଗାଁ ରାସ୍ତା ମରାମତି କଲେ ଅଞ୍ଚଳବାସୀ ବାସୀ

Jul 30, 2024 - 19:52
 0  7
ଶୁଣିଲାନାହିଁ ପ୍ରଶାସନ କଙ୍କଡ଼ାଆମ୍ବ ଗାଁ ରାସ୍ତା ମରାମତି କଲେ ଅଞ୍ଚଳବାସୀ ବାସୀ

ସେମିଳିଗୁଡ଼ା ତା:-୩୦/୦୭/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା )କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ସ୍ଥିତ ଦଳେଇଗୁଡ଼ା ଗ୍ରାମ ପଞ୍ଚାୟତର କଙ୍କଡ଼ାଆମ୍ବ ଗାଁ ରାସ୍ତା ଦୀର୍ଘ ଦିନରୁ ଅବ୍ୟବସ୍ଥାରେ ପଡ଼ି ରହିଥିବା ବେଳେ ଲଗାଣ ବର୍ଷା ରେ ସମ୍ପୂର୍ଣ ରାସ୍ତା ନଷ୍ଟ ହୋଇଯାଇଥିଲା l ବହୁତ ଦିନ ପୂର୍ବେ ଏହି ରାସ୍ତା ମରାମତୀ ବାବଦରେ ପୂର୍ବତନ ଦୁଇ ବିଧାୟକ ପୀତମ ପାଡ଼ି ଓ ରଘୁରାମ ପଡ଼ାଲ ଏବଂ ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ୍ୟ ଗୁହାରି କରିଥିଲେ ସୁଦା କେହି କର୍ଣ୍ଣ ପାତ କରିନଥିବା କହିଛନ୍ତି l ଆଜି ସମସ୍ତ ଯୁବକ ସଙ୍ଘ, ବୁଦ୍ଧିଜୀବୀ ଓ ମାଳିପର୍ବତ କର୍ମକର୍ତା ଉପସ୍ଥିତ ରହି ନିଜ ଅର୍ଥ ସଂଗ୍ରହ କରି ରାସ୍ତା ମତାମତି କରିଥିବା ଦେଖିବାକୁ ମିଳିଛି l ଏହି ରାସ୍ତା ଦେଇ ଚାରି ଗୋଟି ପଞ୍ଚାୟତର ଲୋକେ ନୀତି ଦିନିଆ ଯାତାୟତ କରୁଥିବାବେଳେ ଦେଓମାଳୀ ଓ କୋଟିଆବାସୀ ମଧ୍ୟ୍ୟ ଯିବା ଆସିବା କରୁଥିବା କହିଛନ୍ତି l ଗର୍ବବତୀ ମହିଳାଙ୍କୁ ମେଡିକାଲ ନେବା କିମ୍ବା ଛୋଟ ଛୋଟ ପିଲା ସ୍କୁଲ ଯିବା ନିମନ୍ତେ ଅସୁବିଧାର ସମୁଖୀନ ହୋଇଥିବା ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି l ସେମିଲିଗୁଡା ଦେବେନ୍ଦ୍ର ଖିଲ ସହ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ