।। ଶିଶୁ ପ୍ରତିଭାକୁ ମହକାଉଛି ସୁରଭି ।।

ନୂଆପଡ଼ା : ସଦର ବ୍ଲକ ନୂଆପଡ଼ାର ୧୭ଗୋଟି କ୍ଲଷ୍ଟର ର ଶିଶୁ ପ୍ରତିଭା ମାନଙ୍କୁ ନେଇ ସୁରଭି ସରକାରୀ ଉଚ୍ଚ ବିଦ୍ୟାଳୟ, ସାରlବଙ୍ଗ ଠାରେ ଆୟୋଜିତ ହେlଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ନୂଆପଡ଼ା ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ନୂଆପଡ଼ା ଯୋଗେନ୍ଦ୍ର ମାଝୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲାପରିଷଦ ସଦସ୍ୟା ଉମା ଠାକୁର, ସରପଞ୍ଚ ସାରାବଙ୍ଗ ରଥ ବାଇ ପଟେଲ, ସମିତି ସଭ୍ୟା ଜାଗୃତୀ ସାହୁ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦ୍ରକଳା ଜଗତ, ଉତ୍କଳମଣୀ ଅଗସ୍ତି, ରାଜନୀତି ବିଜ୍ଞାନ ଅଧ୍ୟାପକ, ମହିଳା ମହାବିଦ୍ୟାଳୟ, କଣ୍ଟାବାଞ୍ଜି ଜିତେନ୍ଦ୍ର ସୁନା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଭା ଚନ୍ଦ୍ରକାର ଏଵଂ ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ ଡ.ଶିବପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଅତିଥି ମାନେ ଉପାନ୍ତ ଅଞ୍ଚଳର ଶିଶୁ ପ୍ରତିଭା ମାନଙ୍କୁ ବିକଶିତ କରିବାରେ ସୁରଭି ଶ୍ରେଷ୍ଠ ମାଧ୍ୟମ ସାଜିଥିବା ମତବ୍ୟକ୍ତ କରିଥିଲ ।ଏହି ଅବସରରେ ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା କାର୍ଯକ୍ରମର ଶୁଭାରମ୍ଭ କରି ସରକାରୀ ଉଚ୍ଚ ବିଦ୍ୟାଳୟ ସାରାବଙ୍ଗ ର ତ୍ରୟମାସିକ ପତ୍ରିକା ଅର୍ପଣର ଉନ୍ମୋଚନ କରିଥିଲେ। ବିଚାରକ ଦାୟିତ୍ୱରେ ଥିବା ବିଚାରକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରତିଯୋଗିତା ଗୁଡିକକୁ ସମ୍ପାଦନ କରିଥିଲେ ଏବଂ କୃତିପ୍ରତିଯୋଗି ମାନକୁ ଆମନ୍ତ୍ରିତ ଅତିଥିମାନଙ୍କର କରକମକରେ ପୁରସ୍କୃତ କରାଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇ ,ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ଜିଲ୍ଲା ପରିଷଦ ସଦସ୍ୟ ଭରତ ରାଉତ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ,ନୂଆପଡ଼ା,ଦିଲ୍ଲିପ ନିର୍ମଲକର ପ୍ରମୁଖ ଯୋଗଦେଇ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ୧୭ଟି କ୍ଲାଷ୍ଟର ର ଛାତ୍ରଛାତ୍ରୀ ମାନେ ସୁନ୍ଦର ଲୋକନୃତ୍ୟ ପ୍ରଦର୍ଶନ କରାଇଥିଲେ lକାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ,ଛାତ୍ରଛାତ୍ରୀ, ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣସହ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମଟିକୁ ସାଙ୍ଗ ଘୋଷଣା କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






