।। ଶିଶୁ ଉଦ୍ୟାନ ମାଟିରେ ମିଶିଗଲା ଧୂଳିସାତ ହେଲା ଲକ୍ଷାଧିକ ଟଙ୍କା ।।

Oct 9, 2023 - 15:56
 0  111
।। ଶିଶୁ ଉଦ୍ୟାନ ମାଟିରେ ମିଶିଗଲା ଧୂଳିସାତ ହେଲା ଲକ୍ଷାଧିକ ଟଙ୍କା ।।

ମୁନିଗୁଡ଼ା ରାୟଗଡ଼ା ଜିଲ୍ଲା:- ନ୍ୟିୟୁଜ୍ ଶିଶୁ ମାନେ ଖେଳିବା ପାଇଁ ରାୟଗଡା ପୌର ପରିଷଦ ତରଫରୁ ଗତ ୨୦୧୬ ମସିହାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଥିଲା। ଏଥିପାଇଁ ସେତେବେଳେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଥିଲା । ତେବେ ଏହି ଜାଗାଟି ସରକାରୀ ସ୍ଥଳୀ ନଥିବା ବେଳେ ଏହା ରେଳବାଇ ଜମି ଥିଲା ଏଠାରେ ଏତେ ଟଙ୍କା କିପରି ଖର୍ଚ୍ଚ କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଶିଶୁ ଉଦ୍ୟାନ କୁ ନା ଶିଶୁ ଆସିଲେ ନା ବୟସ୍କ ଲୋକ ମାନେ ଆସିଲେ। ଯାହାଫଳରେ କି ଧିରେ ଧିରେ ଏହି ଉଦ୍ୟାନ ରାତ୍ର ସମୟରେ ମଦୁଆ ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଗଲା । ଏଠାରେ ମଦ୍ୟପାନ ଭିଡ ଜମୁଥିବାରୁ ଏଠାକୁ ଆଉ ପିଲାଙ୍କୁ ନେଇ କେହି ଆସୁ ନଥିଲେ । ଏଥିରେ ଜଣାଜାଉଛିକି, ପ୍ରସାଶନିକ ଉଦାସୀନତା ମନୋଭାବ ଯୋଗୁଁ ଆଜି ପ୍ରାୟ ଏକ ବର୍ଷ ଭିତରେ ଏହା ଖତ ଖାଇବାକୁ ଲାଗିଲା। ଏବେ ଏଠାରେ ଖାଲି ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି।ରକ୍ଷଣା ବେକ୍ଷଣ ପାଇଁ ସେତେବେଳେ ପୌର ପରିଷଦ୍ ତରଫରୁ ପୁଣି ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଗଲା। କିନ୍ତୁ ସେସବୁ ପାଣିରେ ପଡିଲା। ରେଳବାଇ ବିଭାଗ ର ଜମି ହେଇଥିବା ହେତୁ ତୃତୀୟ ରେଳପଥ ବିଜୟନଗରମ୍ ରୁ ଟିଟିଲାଗଡ଼ ତୃତୀୟ ରେଳ ଧାରଣା ନିର୍ମାଣ କରିବା କାର୍ଯ୍ୟକ୍ରମ ପାଇଁ ଏହି ରାସ୍ତା ଦେଇ ଯାଉଥିବାରୁ ଏହି ଶିଶୁ ଉଦ୍ୟାନକୁ ଭଙ୍ଗାଯାଉଛି | ଏହା ରେଳ ବିଭାଗର ଜାଗା ଜାଣିବା ପରେ ମଧ୍ୟ ଏଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଶିଶୁ ଉଦ୍ୟାନ ନିର୍ମାଣ କରିଥିଲେ, ତାହା ଏବେ ଧୂଳିସାତ ହେଲା।ଏହି ଶିଶୁ ଉଦ୍ୟାନକୁ ଯଦି ସରକାରୀ ଜମିରେ ନିର୍ମାଣ ହୋଇ ଥାଆନ୍ତା ରକ୍ଷଣା ବେକ୍ଷଣ କରିଥିଲେ ବହୁ ଶିଶୁ ଏଠାରେ ବୁଲିବାକୁ ଓ ଖେଳିବାକୁ ଆସି ପାରନ୍ତେ ଏବଂ ଉପକ୍ରୁତ ହୋଇଥାନ୍ତେ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ସରକାର କି ମାଲ ଦରିଆ ମେ ଡାଲ୍।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ