।। ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ,ବହୁ ମାଓ ସାମଗ୍ରୀ ଜବତ ।।

May 22, 2024 - 17:40
 0  15
।। ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ,ବହୁ ମାଓ ସାମଗ୍ରୀ ଜବତ ।।

ନୂଆପଡ଼ା : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ ହୋଇଛି। ମାଓ କ୍ୟାମ୍ପରୁ ମିଳିଲା ବିପୁଳ ୨ ହଜାର ଟଙ୍କାର ନୋଟ୍। ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ ଦେଶୀ ବନ୍ଧୁକ, ୪ ଗୁଳି ଜବତ। ଗତକାଲି ଶିବନାରାୟଣପୁରରେ ମୁହାଁମୁହିଁ ହୋଇଥିଲେ ନକ୍ସଲ-ସୁରକ୍ଷାକର୍ମୀ। ସୂଚନା ଅନୁସାରେ,ଶିବନାରାୟଣପୁର ଜଙ୍ଗଲରେ ୨୦ରୁ ୩୦ ନକ୍ସଲ ସଂଗଠିତ ହୋଇଥିବା ଗୋଇନ୍ଦା ସୂତ୍ରରୁ ଖବର ପାଇ ସ୍ବତନ୍ତ୍ର ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନରେ ବାହାରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ତେବେ ନକ୍ସଲଙ୍କ ଗୁଳିରେ ଏସଓଜି ଯବାନ ପ୍ରକାଶ ସାଇ ଆହତ ହୋଇଥିଲେ। ତାଙ୍କ ବେକରେ ଗୁଳି ଲାଗିଥିଲା। ସେ ବର୍ତ୍ତମାନ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥ‌ିବା ଜଣାଯାଇଛି। ଉକ୍ତ ଘଟଣାରେ ଗତକାଲିଠାରୁ ସର୍ଚ୍ଚ ଅପରେସନ ଜାରି ରହିଥ‌ିଲା। ତେବେ ଆଜି ସକାଳ ୮ଟାରେ ନକ୍ସଲ ଓ ଯବାନଙ୍କ ମଧ୍ଯରେ ପୁଣି ଗୁଳି ବିନିମୟ ହୋଇଥିଲା। କିଛିସମୟ ଧରି ଗୁଳି ବିନିମୟ ହେବାପରେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଯବାନମାନେ ଏକ ନକ୍ସଲ କ୍ୟାମ୍ପ ଠାବ କରିଥିଲେ। ସେଠାରୁ ୧୦ଟି ଆଇଇଡି ଓ ଗୋଟିଏ ପିସ୍ତଲ ସହ କିଛି ମାଓ ସାମଗ୍ରୀ ଜବତ କରାଯାଇଛି। ବର୍ତ୍ତମାନ ମଧ୍ୟ ସୁନାବେଡ଼ା ଅଭୟାରଣ୍ୟରେ ଏସଓଜି, କୋବ୍ରା ଓ ସିଆର୍‌ପିଏଫ୍ ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ନୂଆପଡ଼ା ଏସ୍‌ପି ସୂଚନା ଦେଇଛନ୍ତି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ