ଶିକ୍ଷକଙ୍କ ଅନୁପସ୍ଥିତକୁ ନେଇଁ ସ୍କୁଲରେ ତାଲା ପକାଇଲେ ଅଭିବାବକ,ଏବିଇଓଙ୍କ ହସ୍ତକ୍ଷେପ ପରେ ଖୋଲିଲା ତାଲା.

Dec 19, 2024 - 12:07
 0  14
ଶିକ୍ଷକଙ୍କ ଅନୁପସ୍ଥିତକୁ ନେଇଁ ସ୍କୁଲରେ ତାଲା ପକାଇଲେ ଅଭିବାବକ,ଏବିଇଓଙ୍କ ହସ୍ତକ୍ଷେପ ପରେ ଖୋଲିଲା ତାଲା.

ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ସ୍କୁଲ ମାନଙ୍କରେ ଶିକ୍ଷକ ନିଯୁକ୍ତି ନେଇଁ ଶିକ୍ଷା ବ୍ୟବସ୍ଥା ବିଭିନ୍ନ ସ୍କୁଲରେ ବିପର୍ଯ୍ୟସ୍ତ ହୋଇଥିବାବେଳେ ଅନେକ ସ୍କୁଲରେ କେଉଁଠି ଶିକ୍ଷକର ଅଭାବ ତ କେଉଁଠି ଶିକ୍ଷାର ଅଭାବ ଆଉ କେଉଁଠି ଶିକ୍ଷକ ଥାଇ ମଧ୍ୟ ବର୍ଷ ସାରା ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି।ଏହି ଭଲି ଅଭିଯୋଗ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡାଗାଁ ପଞ୍ଚାୟତ ଅଧିନସ୍ତ ଡମସୁଲିମ ପ୍ରାଥମିକ ବିଦ୍ୟାଳୟରେ।ସୂଚନା ଅନୁସାରେ ଡମସୁଲିମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି ଓ ୪୦ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ଦୁଇଟି ଶିକ୍ଷକ ନିୟୋଜିତ ଅଛନ୍ତି ହେଲେ ଜଣେ ଶିକ୍ଷକ ନିୟମିତ ସ୍କୁଲ ଆସୁଥିବା ବେଳେ ସହଶିକ୍ଷକ ବର୍ଷ ସାରା ସ୍କୁଲ ପାଦ ମାଡୁ ନାହାନ୍ତି ବୋଲି ଆଜି ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ମାନେ ସ୍କୁଲରେ ତାଲା ପକାଇ ସ୍କୁଲ ପରିସରରେ ଧାରଣା ଦେଇଥିଲେ। ସ୍କୁଲ ତାଲା ପକାଇ ପ୍ରତିବାଦ କରିଥିଲେ ଯେ'ଯେଉଁ ପର୍ଯ୍ୟନ୍ତ ସହଶିକ୍ଷକ ସୁବାଷ ଚନ୍ଦ୍ର ରାୟକୁ ଅନ୍ୟ ସ୍ଥାନକୁ ବଦଳି କରି ଆଉ ଏକ ନୂତନ ଶିକ୍ଷକ ନ'ଦେଲା ପର୍ଯ୍ୟନ୍ତ ଆମେ ସ୍କୁଲରେ ତାଲା ପକାଇ ଧାରଣା ଜାରି ରଖିବୁ ବୋଲି ଅଭିଭାବକ ମାନେ ପ୍ରକାଶ କରିଥିଲେ।ତେବେ ଧାରଣାର ଦୁଇ ଘଣ୍ଟା ପରେ ଘଟଣା ସ୍ଥଳରେ ଲାଞ୍ଜିଗଡ଼ ଏ.ବିଈ.ଓ ସୁଡ଼ଳଦେବ ମୁଣ୍ଡ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଆସନ୍ତା ଜାନୁଆରୀ ୧୦ ତାରିଖ ଭିତରେ ଏକ ନୂତନ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଲାପରେ ଧାରଣାରୁ ଓହରି ଥିଲେ।ଯଦି ଆସନ୍ତା ଜାନୁଆରୀ ୧୦ ତାରିଖ ସୁଦ୍ଧା ଡମସୁଲିମ ସ୍କୁଲର ସହଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ନୂତନ ଶିକ୍ଷକ ଯଦି ଦିଆ ନ'ଯାଏ ତାହାହେଲେ ପୁଣି ଥରେ ସ୍କୁଲରେ ତାଲା ପକାଇ ଧାରଣା ଦେବୁ ବୋଲି ସ୍କୁଲ ପରିଚାଳନା ସଭାପତି ଲଚମନ ହରପାଳ,ସିମାଞ୍ଚଳ ହରପାଳ,ବେଣୁମତି ହରପାଳ ସମେତ ଗ୍ରାମବାସି ପ୍ରମୁଖ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।ତେବେ ସହଶିକ୍ଷକ ସୁବାଷ ଚନ୍ଦ୍ର ରାୟଙ୍କୁ ଡମସୁଲିମ ସ୍କୁଲରୁ କେବେ ବଦଳି କରୁଛନ୍ତି ଓ ନୂତନ ଶିକ୍ଷକଙ୍କୁ କେବେ ନିୟୋଜିତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଲାଞ୍ଜିଗଡ଼ ରୁ ସାଗର ବେନାଲ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ