ଶାଶୁଘରେ ବିବାହିତା ଙ୍କ ସନ୍ଦେହଜନକ ମୃତ୍ୟୁ

Apr 10, 2026 - 19:41
 0  3
ଶାଶୁଘରେ ବିବାହିତା ଙ୍କ ସନ୍ଦେହଜନକ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନସ୍ଥ ବଡଛତ୍ରଙ୍ଗ ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଗାଁର ରଶ୍ମିରଞ୍ଜନ ନାଏକ ଙ୍କ ସ୍ତ୍ରୀ ମାଧୁରୀ ନାଏକ (୨୧) ବର୍ଷୀୟ ମହିଳା ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାଧୁରୀ ନାଏକ ଶାଶୁଘରେ ବେକରେ ଓଡ଼ିଣୀ ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଘଟଣା ସମ୍ପର୍କରେ ମୃତକ ମହିଳା ଙ୍କ ପରିବାରଲୋକ ଥୁଆମୂଳ ରାମପୁର ଥାନାରେ ହତ୍ୟା ଅଭିଯୋଗ ନେଇ ଆଜି ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହୋଇନଥିବା ବେଳେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଥୁଆ ମୂଳ ରାମପୁର ପୋଲିସ ମୃତ ମହିଳା ଙ୍କ ଶବ କୁ ଥୁଆ ମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବେବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

କଳାହାଣ୍ଡି ଜିଲ୍ଲା ଅତିରିକ୍ତ ପ୍ରତିନିଧି ମିଥୁଳା ନାଏକ ଙ୍କ ରିପୋର୍ଟ ଫାଟ୍ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ