ଶପଥ ନେଲେ ନବନିର୍ବାଚିତ ନୂଆପଡ଼ା ବିଧାୟକ ଜୟ ଢୋଲକିଆ

Nov 20, 2025 - 20:49
 0  29
ଶପଥ ନେଲେ ନବନିର୍ବାଚିତ ନୂଆପଡ଼ା ବିଧାୟକ ଜୟ ଢୋଲକିଆ

ନୂଆପଡା : ନୂଆପଡା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ମାତ୍ରାରେ ବିଜୟ ଲାଭ ହୋଇଥିବାବେଳେ ଆଜି ଦିନ ୧ଟା ବେଳେ ଶପଥ ନେଲେ ନବନିର୍ବାଚିତ ନୂଆପଡ଼ା ବିଧାୟକ ଜୟ ଢୋଲକିଆ । ଓଡ଼ିଶା ବିଧାନସଭାରେ ଶପଥ ଓ ପଦ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି ବାଚସ୍ପତି ସୁରମା ପାଢ଼ୀ l ଏହି ଅବସରରେ ସମ୍ମାନୀୟ ମନ୍ତ୍ରୀ ଏବଂ ବିଧାୟକ ମାନେ ଜୟ ଢୋଲକିଆଙ୍କୁ ପୁଷ୍ପ ଗୁଚ୍ଛ ଦେଇ ବିଧାୟକ ହେବାର ଶୁଭେଚ୍ଛା ଜ୍ଞାପନ କରିଥିଲେ l ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ଢୋଲକିଆ ମୁ ଏକ ସେବକ ଭାବରେ କାମ କରି ନୂଆପଡା ଜ଼ିଲ୍ଲା କୁ ଏକ ବିକଶିତ ଜ଼ିଲ୍ଲା ଗଠନ କରିବାରେ ସଦା ସର୍ବଦା ଚେଷ୍ଠା କରିବି ବୋଲି କହିଥିଲେ l ଏହି ଶପଥ ଗ୍ରହଣ ଉତ୍ସବରେ ସମସ୍ତ ମନ୍ତ୍ରୀ ଓ ବିଧାୟକ ଏବଂ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ