ଲୁହା ଛଡ଼ ଚୋରି କରି ଜେଲ ଗଲେ ୮ ଜଣ ଯୁବକ । ଅଭିଯୋଗ ର ୨୪ ଘଣ୍ଟା ଭିତରେ ଚୋର ଙ୍କୁ ଧରି କୋର୍ଟ ଚାଲାଣ କଲା ଆଦର୍ଶ ଥାନା କେସିଙ୍ଗା ପୋଲିସ (କେସିଙ୍ଗା )

Nov 16, 2024 - 04:48
 0  23
ଲୁହା ଛଡ଼ ଚୋରି କରି ଜେଲ ଗଲେ ୮ ଜଣ ଯୁବକ । ଅଭିଯୋଗ ର ୨୪ ଘଣ୍ଟା ଭିତରେ ଚୋର ଙ୍କୁ ଧରି କୋର୍ଟ ଚାଲାଣ କଲା ଆଦର୍ଶ ଥାନା କେସିଙ୍ଗା ପୋଲିସ (କେସିଙ୍ଗା )

କେସିଙ୍ଗା : ଗତ ୧୦ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଡୁମେର ମୁଣ୍ଡା ଠାରେ ଥିବା କେସିଙ୍ଗା ଏନ୍ ଏ ସି ର ଆବର୍ଜନା ଗୃହ ଠାରୁ ଲୁହା ଛଡ ଚୋରି ହୋଇଥିବା ନେଇ ଗତ ୧୧ ତାରିଖ ରେ ଆଦର୍ଶ ଥାନା କେସିଙ୍ଗାରେ ଅଭିଯୋଗ ହୋଇଥିଲା ।ଅଭିଯୋଗ କୁ କେନ୍ଦ୍ର କରି କେସିଙ୍ଗା ଥାନାର ଏ ଅସ୍ ଆଇ ଡି ମୋହନ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ । ଅଭିଯୋଗ ର ୨୪ ଘଣ୍ଟା ଭିତରେ ଗତ କାଲି ଚୋରି ଘଟଣାରେ ସଂପୃକ୍ତ ଥିବା ଆଠ ଜଣ ଯୁବକ ଙ୍କୁ ଗିରଫ କରିବାରେ ସଫଳ ହେଲା କେସିଙ୍ଗା ପୋଲିସ । ଗିରଫ ଯୁବକ ମାନେ ହେଲେ ଛବି ତାଣ୍ଡି ବୟସ ୨୯, କାମଦେବ ସୁନା ବୟସ ୨୦, ଲିଙ୍ଗ ସୁନା ବୟସ ୩୨, ସୁନ୍ଦର ସିଂ ହରିଜନ ବୟସ ୨୩, ଧର୍ମେନ୍ଦ୍ର ହରିଜନ ବୟସ ୩୦, ସୀତାକାନ୍ତ କରୁଆଁ ବୟସ ୨୦, ଜିତେନ୍ଦ୍ର ହରିଜନ ବୟସ ୨୭ ଓ ପ୍ରଫୁଲ୍ଲ ପାୟା ସିଂ ବୟସ ୩୬ ଓ ଏମାନଙ୍କ ମଧ୍ୟରୁ ୭ ଜଣ ଦୁମେରମୁଣ୍ଡା ର ବାସିନ୍ଦା ହୋଇଥିବା ବେଳେ ଜଣେ ସିରୋଲ ଗାଁର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଚୋରି ହୋଇଥିବା ୭ ବଣ୍ଡଲ ଲୁହା ଛଡ଼ ଓ ଗୋଟେ କଟର ମେସିନ ଜବତ କରିଛି ପୋଲିସ ।ଆଜି ଅପରାହ୍ନ ରେ ୮ ଜଣ ଙ୍କୁ ଡାକ୍ତରୀnh ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ