।। ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ୩୫ତମ ପ୍ରତିଷ୍ଠା ଦିବସ ।।

Aug 20, 2024 - 16:36
 0  10
।। ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ୩୫ତମ ପ୍ରତିଷ୍ଠା ଦିବସ ।।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ୩୫ତମ ପ୍ରତିଷ୍ଠା ଦିବସ କଲେଜ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଜଗନ୍ନାଥ ଙ୍କ ଫୋଟୋ ଚିତ୍ର ରେ ପୂଜାର୍ଚନା କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ରେ ଆବଶ୍ୟକ ଥିବା + ୩ ବିଜ୍ଞାନ ବିଭାଗ ଖୋଲାଯିବ ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ।୧୯୮୯ ମସିହାରେ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ଅନେକ ସୁବିଧା ଅସୁବିଧା ଦେଇ ଗତି କରି ଆସୁ ଥିବା ବେଳେ ବର୍ତ୍ତମାନ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ ଭାବେ ପ୍ରତିଷ୍ଠିତ ହୋଇପାରିଛି ବୋଲି +୨ ଅଧ୍ୟକ୍ଷ ଗିରିଜା ଚୌଧୁରୀ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ପୂର୍ବତନ ଅଧ୍ୟକ୍ଷ ବିରେନ ଶତପଥି ଙ୍କ ସମେତ ପୂର୍ବତନ ମହାବିଦ୍ୟାଳୟ ସଭାପତି ଝିନ ହିକକା, ଯୁକ୍ତ ତିନି ଅଧ୍ୟାପକ ବିଜୁ ମୁଦୁଲି,ଅବସର ପ୍ରାପ୍ତ ଓଡ଼ିଆ ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ, ପରିଚାଳନା ସଭାପତି ଧନୁର୍ଜୟ ବିଶୋଇ,ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ମାଧବ ସାହୁ ଓ ପୂର୍ବତନ ବରିଷ୍ଠ କିରାଣୀ ହରେକୃଷ୍ଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ମନ୍ତବ୍ୟ ପରିପ୍ରକାଶ କରିବା ସହ ମହାବିଦ୍ୟାଳୟର ଆଗାମୀ ଭବିଷ୍ୟ ପାଇଁ ଶୁଭକାମନା କରି ଥିଲେ।ଅଧ୍ୟାପକ ଜଗନ୍ନାଥ ରଥ ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଯୋଶବନ୍ତ ଗରଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସହ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଯୋଗ ମାନେ ଦେଇଥିଲେ।

 ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ