।। ରାୟଗଡା ଜିଲ୍ଲା କାଶୀପୁର ଗସ୍ତରେ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ।।

Jan 21, 2024 - 06:27
 0  60
।। ରାୟଗଡା ଜିଲ୍ଲା କାଶୀପୁର ଗସ୍ତରେ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ।।

କାଶୀପୁର ଠାରେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଦ୍ଵାରା ଏକଲବ୍ୟ ଆଦର୍ଶ ଅବାଶିକା ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ।ଏହି ଅବସରରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ଭାରତ ସରକାର ଶ୍ରୀ ବିଶେଶ୍ୱର ଟୁଡୁ ଏବଂ ସୁନ୍ଦରଗଡ଼ ଲୋକସଭା ସଦସ୍ୟ ଶ୍ରୀ ଜୁଏଲ ଓରାମ ଏକ ହେଲିକେପ୍ଟର ଯୋଗେ କାଶୀପୁର ବ୍ଲକ ପଡିଆ ଠାରେ ଅବତରଣ କରିଥିଲ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଭୌଗଳିକ ଆକାରରେ ବିରାଟ,ଏକ ଆଦିବାସୀ ବହୁଳ ବ୍ଲକ ହୋଇଥିବା ବେଳେ ଏଠାରେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷାର ବ୍ୟବସ୍ଥା ବହୁ ପଛରେ। ଏଠି କହିବାକୁ ହେଲେ ସରକାରୀ ଦୃଷ୍ଟିକଣ ରୁ ହେଉ କିମ୍ବା ରାଜନୀତି ଦୃଷ୍ଟିକଣରୁ ନିଶ୍ଚିତଭାବେ ଅବହେଳା କରାଯାଇଛି। ଅନେକ ବର୍ଷ ହେଲା ଅଭିଭାବକ ମାନେ ଦାଦନ ଖଟିବାକୁ ପଡୋଶୀ ରାଜ୍ୟ ମାନଙ୍କୁ ଯାଆନ୍ତି ନିଜ ପିଲାଙ୍କ ଶିକ୍ଷାର ଭବିଷ୍ୟତ ପାଇଁ କିନ୍ତୁ ଏଠି ଯୁକ୍ତ ତିନି ମହାବିଦ୍ୟାଳୟଟି ହୋଇ ପାରିନାହିଁ।କିନ୍ତୁ ବର୍ତମାନ କେନ୍ଦ୍ରରୁ କୋଡିଏ କୋଟି ଟଙ୍କାର ଅଟକଳରେ ଅଞ୍ଚଳର ୩୬୦ ଛାତ୍ର ଛାତ୍ରୀଙ୍କ ଏକ ସଂଗେ ପାଠ ପଢିବା ବ୍ୟବସ୍ଥା ଏବଂ ଉନ୍ନତ ମାନର ଶିକ୍ଷା ଉପଲବ୍ଧ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ମଞ୍ଜୁରୀକୁ ନେଇଁ ଲୋକେ ଖୁସିବ୍ୟକ୍ତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ କାଶୀପୁର ସଦର ଏସିଡିସି ଠାରେ ୩୬୦ ଶଯ୍ୟାବିଶିଷ୍ଠ ଏକଲବ୍ୟ ବିଦ୍ୟାଳୟର ଭିତ୍ତିପ୍ରସ୍ତ ସ୍ଥାପନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଦ୍ଵାରା ହୋଇଥିବା ବେଳେ ସେ ଆଦିବାସୀ ସାମ୍ପ୍ରଦାୟର ଛାତ୍ର ଛାତ୍ରୀ ଶିକ୍ଷିତ ହେଲେ ତାଙ୍କ ଜୀବନ ଜୀବିକାରେ ଅନେକ ପରିବର୍ତନ ହେବା ସହ ଭବିଷ୍ୟତ ଉଜ୍ୱଳ ହେବ ବୋଲି ପ୍ରକାଶ କରିଛନ୍ତି। ଏହି ପରିପେକ୍ଷୀରେ କାଶୀପୁର ଆଦିବାସୀ ସମାଜ ଓ ପରଜା ସମାଜ କାଶୀପୁର ତରଫରୁ ବିଭିନ୍ନ ଦାବୀ ସମ୍ବଳିତ ସ୍ମାରକପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜୁଏଲ ଓରାମ ସାଂସଦ ଲୋକସଭା, ରାୟଗଡ଼ ବିଧାୟକ ମକୋରନ୍ଦ ମୁଦୁଲି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ