।। ରାସ୍ତା ଉପରେ ଜଳାଶୟ ଭ୍ରମ, ସବୁ ଦେଖି ଅଦେଖା ପୂର୍ତ୍ତ ବିଭାଗ ।।

Aug 2, 2024 - 18:28
 0  8
।। ରାସ୍ତା ଉପରେ ଜଳାଶୟ ଭ୍ରମ, ସବୁ ଦେଖି ଅଦେଖା ପୂର୍ତ୍ତ ବିଭାଗ ।।

ଯାଜପୁର,ବରୀ-କଳାମାଟିଆ ରାସ୍ତା ଅରଙ୍ଗାବାଦ ନିକଟ ରାସ୍ତା ଜଳାଶୟର ଭ୍ରମ ସୃଷ୍ଟି କରୁଛି । ରାସ୍ତାର ଏହି ଅଂଶ ଖାଲୁଆ ଥିଲା ବେଳେ ଅସରାଏ ବର୍ଷାରେ ପ୍ରାୟ ଦେଢ଼ ଫୁଟ ପାଣି ଜମି ରହୁଛି । ଏହି ପାଣି ଜମି ରହିବା ଫଳରେ ରାସ୍ତାର ପିଚୁ ଖୋଳି ହୋଇ ଯିବା ସହିତ ଗତାଗତ ରେ ସମସ୍ୟା ସୃଷ୍ଟି କରୁଛି । ରାସ୍ତା କଡରେ ଖାଲୁଆ ସ୍ଥାନ ଥିଲା ବେଳେ ଏହି ଜମି ରହିଥିବା ପାଣି କିଭଳି ନିଷ୍କାସନ ହେବ ସେ ନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଫଳରେ ଗମନା ଗମନରେ ଏହା ସମସ୍ୟା ସୃତି କରୁଛି । କେବଳ ଏହି ସ୍ଥାନ ନୁହେଁ ବରୁଆଁ ଠାରୁ ବରୀ ଦେଇ କଳାମାଟିଆ ଯାଇଥିବା ରାସ୍ତା ତାରିଣୀ ଛକ ଠାରୁ ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇ ପଡ଼ିଥିଲା ବେଳେ ବିଭାଗୀୟ ଅଧିକାରୀ ଏହାର ମରାମତି ପାଇଁ ତତ୍ପର ନହେବା ଚିନ୍ତାର କାରଣ ହୋଇଛି । ଏ ନେଇ ତୁରନ୍ତ ପଦକ୍ଷେପ ନେଵାକୁ ଦାବି ହୋଇଛି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ