ରାସଗୋବିନ୍ଦପୁରରେ ଚୋରା ବାଲି ଟ୍ରାକ୍ଟର ଜବତ

Jan 30, 2025 - 17:25
 0  23
ରାସଗୋବିନ୍ଦପୁରରେ ଚୋରା ବାଲି ଟ୍ରାକ୍ଟର ଜବତ

ମୋରଡା,୩୦/୧: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନିୟନ୍ତ୍ରଣ ବାହାରକୁ ଯାଇ ବେଧଡକ ଦିନ ରାତିରେ ଚାଲିଛି ଲଘୁଖଣିଜ ଦ୍ରବ୍ୟର ଚୋରି . ପ୍ରଶାସନ ର ନିୟନ୍ତ୍ରଣ ରେ ନାହିଁ କିଛି ବୋଲି ସାଧାରଣରେ ଅଭିଯୋଗ ହୋଇଥିବା କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା . ଚୋରା ଚାଲାଣ ରୋକିବାରେ ବିଫଳ ହୋଇଛି ପୋଲିସ ଏବଂ ମାଇନିଙ୍ଗ ବିଭାଗ ବୋଲି ଅଭିଯୋଗ ହେଇଆସୁଛି । ଓଭାର ଲୋଡ଼ିଂ ଟ୍ରାକ୍ଟର, ଡମ୍ପର, ହାଇୱାରେ ଦିନରାତି ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ବାଲି, ମୋରମ ଓ ମାଟି ବେଧଡକ ଭାବେ ଚାଲାଣ ଚାଲିଛି . କେଉଁଠି ଶହ ଶହ ଟ୍ରିପ ମୋରମ ଷ୍ଟକ୍ ରଖି ଚୋରା ଚାଲାଣ ହେଉଛି ତୋ କେଉଁଠି ଶହ ଶହ ଟ୍ରିପ ବାଲି ଷ୍ଟକ ହୋଇ ବିଳମ୍ବିତ ରାତିରେ ଚୋରା ଚାଲାଣ ହେଉଛି । ବିଶେଷ ଭାବେ ରାସଗୋବିନ୍ଦପୁର ଥାନା ଅଧୀନରେ ଥିବା ରଙ୍ଗିଆମ, ଉକାଶୋଳ, ହରିଣାଶୋଳ ଓ ଝାଟିଗଡା ପଞ୍ଚାୟତ ର ଉଗାଳସାହି ଅଞ୍ଚଳରୁ ବେଆଇନ ଭାବେ ମୋରମ ଓ ମାଟି ଉତ୍ତୋଳନ ହେଇ ଅମରଦା ଫାଣ୍ଡି ସାମ୍ନା ରାସ୍ତା ରେ ଯାଉଥିବା ବେଳେ ଫାଣ୍ଡି ଅଧିକାରୀ ଚୁପ୍ ବସିବା କୁ ନେଇ ବିଭିନ୍ନ ମହଲ ବିଭିନ୍ନ କଥା ହେଉଥିବା ଲକ୍ଷ୍ୟ କରାଯାଉଛି . ସେହିପରି ସରକାରୀ ସ୍ତରରେ ନିଲାମ ହୋଇନଥିବା କାଟୁଣୀ ନଦୀ ଘାଟ ରୁ ଦିନ ଦ୍ବିପହରରେ ବେଧଡକ ଭାବେ ବାଲି ଚୋରି କରି ବିଚ୍ ରାସ୍ତା ରେ ଅଙ୍ଗରଗଡିଆ ହୋଇ ବାଲି ଚୋରି ହେଉଥିବା ବେଳେ ଏକତାଳି ଓ ହାଣ୍ଡିଧୁଆ ରୁ ମଧ୍ୟ ବିଳମ୍ବିତ ରାତିରେ ବାଲି ଚୋରି ହେଉଥିବା ଅଭିଯୋଗ ପାଇ ରାସଗୋବିନ୍ଦପୁର ପୋଲିସ ଅଚାନକ ଚଢାଉ କରି ଏକ ଚୋରା ବାଲି ଟ୍ରାକ୍ଟର କୁ ଜବତ କରିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ପକ୍ଷ ରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ରାସଗୋବିନ୍ଦପୁର ଥାନା ରେ ୨୮/୨୫ ରେ ଏକ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲା ରେ ଲଘୁଖଣିଜ ଦ୍ରବ୍ୟର ପରିଚାଳନା ରେ ଜିଲ୍ଲା ସର୍ଭେ ରିପୋର୍ଟ କୁ ତୃଟି ଦର୍ଶାଇ ଜାତୀୟ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଙ୍କ ଚୂଡାନ୍ତ ରାୟ ପ୍ରକାଶ ପାଇସାରିଛି । ରାଜ୍ୟ ପରିବେଶ ପ୍ରଭାବ ଆକଳନ କତ୍ତୃପକ୍ଷ ଙ୍କ ଦ୍ଵାରା ଅନୁମୋଦିତ ନ ହେବା ପଯ୍ୟନ୍ତ ଜିଲ୍ଲା ରେ ବାଲି ଖନନ କିମ୍ବା ସଇରାତ ନିଲାମ ପ୍ରକ୍ରିୟା ବନ୍ଦ ରଖିବାକୁ ଜିଲ୍ଲାପାଳ ଙ୍କୁ ନିଦ୍ଧେର୍ଶ ଦେଇଛନ୍ତି । ଫଳରେ ମୟୂରଭଞ୍ଜ ଜିଲ୍ଲା ରେ ବାଲି ଉତ୍ତୋଳନ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ବନ୍ଦ ରଖିବାକୁ କଟକଣା ଜାରି କରାଯାଇଛି । ତେବେ ରାସଗୋବିନ୍ଦପୁର ପୋଲିସ ଚୋରା ବାଲି ଟ୍ରାକ୍ଟର କୁ ଧରିବା ଫଳରେ ବାଲି ଚୋର ଙ୍କ ମଧ୍ୟ ଛନକା ପଶିଯାଇଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପୋଲିସ କୁ ପ୍ରଶଂସା କରାଯାଇଥିବା ଜଣାପଡ଼ିଛି । ତେବେ ଏନେଇ ମାଇନିଙ୍ଗ ଅଧିକାରୀ ଙ୍କ ମତ ନେବାରୁ କହିଛନ୍ତି ଯେ ଡି ଏସ ଆର ଏପ୍ରୋଭ ହେଲା ପରେ ନିଲାମ ଘାଟରୁ ବାଲି ଉଠିପାରିବ, କିନ୍ତୁ ଏବେ ପୋଲିସ ହେଉ କି ମାଇନିଙ୍ଗ ବିଭାଗ ଯେଉଁଠି ଜାଣିବେ ଚଢାଉ କରିପାରିବେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ