ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ-୨୦୨୫ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Nov 21, 2025 - 22:41
 0  4
ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ  ସଚେତନତା ମାସ-୨୦୨୫ ସମ୍ବନ୍ଧୀୟ  ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା : ତା.୨୧.୧୧.୨୦୨୫ ଆଜି ବାରିପଦା ସ୍ଥିତ ଜ଼ିଲ୍ଲା ପରିଷଦ ସଭା ଗୃହରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ-୨୦୨୫ ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା କହିଥିଲେ କି ଶିଶୁ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷା ଯୋଗାଇ ଦେବା ଆମ ସମସ୍ତଙ୍କର ନୈତିକ କର୍ତବ୍ୟ। ଯଦି କୌଣସି କାରଣ ହେତୁ ସନ୍ତାନଟିଏ ପିତାମାତାଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହୋଇଛି ବା ଯେଉଁ ସନ୍ତାନ ପିତାମାତାର ଅଭାବ ବୋଧ ଅନୁଭବ କରୁଛି,ସେଇଭଳି ସନ୍ତାନକୁ ଆପଣାଇ ସନ୍ତାନଟିକୁ ପିତା ମାତାର ପରିଚୟ ଦେବା ପାଇଁ ଇଚ୍ଛୁକ ଦମ୍ପତି ମାନେ ଆଗେଇ ଆସିବା ଉଚିତ I ମାତ୍ର ଏହି ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ସମ୍ମତ ହେବା ଉଚିତ।ଅନୈତିକ ପୋଷ୍ୟ ସନ୍ତାନ ଗ୍ରହଣକୁ ସମ୍ପୂର୍ଣ ରୂପରେ ବନ୍ଦ କରିବା ଏବଂ ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ I ଅତିଥି ମାନେ ସୁଚିନ୍ତିତ ମତାମତ ଦେଇ ପ୍ରତ୍ୟେକ ଶିଶୁ ପାଇଁ ପରିବାରର ଗୁରୁତ୍ୱ, ସଠିକ ଲାଳନ ପାଳନ ତଥା ଶିଶୁ ମାନଙ୍କ ଥଇଥାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ I ମୟୂରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ପୋଷ୍ୟ ସନ୍ତାନ ଗ୍ରହଣ ତଥା ପ୍ରତିପାଳନ ଯତ୍ନ ପ୍ରକ୍ରିୟାକୁ ନ୍ୟାୟ ସଙ୍ଗତ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ I ଶିଶୁ ମଙ୍ଗଳ ସମିତିର ସଦସ୍ୟ ଶ୍ରୀ ମନମୋହନ ପ୍ରଧାନ ପୋଷ୍ୟ ସନ୍ତାନ ଗ୍ରହଣର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ I ଅବସ୍ଥା ରେ ଥିବା ଶିଶୁଙ୍କୁ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା ରାସଗୋବିନ୍ଦପୁର ବ୍ଲକ ସିଡିପିଓ ଶ୍ରୀମତୀ ମାଳତୀ ଟୁଡୁ ଙ୍କୁ ସମ୍ବର୍ଧନା କରାଯାଇଥିଲା କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, , ଶିଶୁ ଯତ୍ନ ଅନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ୱତନ୍ତ୍ର ବିଦ୍ୟାଳୟ ର କର୍ମକର୍ତା , ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ . କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ଶ୍ରୀ ଦିଲୀପ କୁମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ